STORYMIRROR

Gouri Panda

Romance

3  

Gouri Panda

Romance

ତୁମେ ମୋର ଆଶା

ତୁମେ ମୋର ଆଶା

1 min
121

ତୁମେ ମୋର ଆଶା 

ଅନ୍ତର ବେଦନା। 

ନିରାଶା ତୁମରି 

କରେ ଆନମନା। 


ତୁମକୁ ପାଇବା 

ଆଶା ଅସୁମାରୀ। 

ସ୍ନେହ ପ୍ରୀତି ଟିକେ 

ଦିଅ ଆଜି ଭରି। 


ତୁମରି ବିଛେଦ 

ଦୁଃଖ ଭରିଦିଏ। 

ଭରିବ ତାହାକୁ 

ତୁମ ବିନା କିଏ? 


ତୁମ ଠାରୁ ପାଇ

ଟିକେ ମିଠା କଥା। 

ଦୂର ହୋଇଯାଏ 

ମୋ ହୃଦୟ ବ୍ୟଥା। 


ତୁମ ଠାରେ ଅଛି 

ଆଶା ମୋ ଅନେକ। 

ତୁମେ ହିଁ ତ ମୋର 

ଇପ୍ପିତ ଅନୀକ। 


ଯେତେ ଦୂରେ ପଛେ

ଥାଅ ଗୋ ମୋ ପ୍ରିୟ। 

କରିବନି ମୋତେ 

କେବେ ହୀନ ହେୟ। 


ତୁମ ଠାରେ ଆଶା 

ରଖିଛି ଚରମ। 

ବୁଝୁଥିବ ବୋଲି 

ମନର ମରମ। 


ତୁମେ ନ ବୁଝିଲେ

କା ଆଗେ କହିବି? 

ଆଶା ଟିକେ ନେଇ 

ପରା ମୁଁ ବଞ୍ଚିବି। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance