Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kailash Chandra Behera

Classics

4  

Kailash Chandra Behera

Classics

ଟିକି ଆମ ଗାଆଁଟି

ଟିକି ଆମ ଗାଆଁଟି

2 mins
365



ଟିକି ଆମ ଗାଆଁଟି  

         ଟିକି ଆମ ଗାଆଁଟି

ଛାଡ଼ି ଆସିଲେ ହେଲେ ବି ଭୁଲି

        ନ ହୁଏ ତା'ର ନାଆଁଟି

        ଟିକି ଆମ ଗାଆଁଟି ।

ଆମ ଗାଆଁର ନୂଆ ସାହିରେ 

        ଆମର ଟିକି ଘରଟି

ସେଇଠି ମୋର ଏନ୍ତୁଡ଼ି ଶାଳ

         ଥିଲା ଜନମ ବେଳଟି ।

ସେ ଘରୁ ଦିନେ ଭାସି ଆସିଲା

         ଶବଦ କୁଆଁ କୁଆଁଟି

          ଟିକି ଅମ ଗାଆଁଟି ।

ତିନିଟି ଆମ୍ବ ଗଛ ଥିବାରୁ

         ଗାଆଁ ଖେଳ ପଡ଼ିଆଟି

ତିନି ଆମ୍ବ ପଡ଼ିଆ ବୋଲି ସେ

         ପରିଚିତ ହୋଇ ଥିଲାଟି ।

ବୋହୁଚୋରୀ ଓ କବାଡ଼ି ଗିଲି

         ଖେଳୁ ବୁଲାଇ ଭୁଆଁଟି

         ଟିକି ଅମ ଗାଆଁଟି ।

ଗାଆଁ ଦୂରରେ ଗହଳ ତୋଟା

         ଅନ୍ଧାର ସ୍ଥାନ ଥିଲାଟି

କିରା ଖାଇଯେ ତା'ନାମ ଥିଲା,

         ପିଲାଙ୍କୁ ଭୟ ଲାଗେଟି ।

ବିଲରୁ ଧାନ ଗୋଟାଇ ଆଣି

          କିଣୁ ବାଦାମ ମୁଆଁଟି

          ଟିକି ଅମ ଗାଆଁଟି ।

ଆମ ଗାଆଁର ବାଉତିମୂଳେ

          ବୁଢ଼ୀ ଠାକୁରାଣୀ ଥାଏଟି

ମଙ୍ଗଳ ବାର ଶନିବାରରେ 

           ଜନ ଗହଳି ହୁଏଟି ।

ସେଠାରେ ଥିବା ଧଳା ଓ ନାଲି

           କାଇଁଚ ପାଇଁ ଧାଉଁଟି

           ଟିକି ଆମ ଗାଆଁଟି ।

ଆମ ଗାଆଁର ମନ୍ଦିର ସବୁ

          ଆମରି ପ୍ରିୟ ସ୍ଥାନଟି

ସକାଳ ସଞ୍ଜେ ଆଳତି ବେଳେ

          ଶୁଭଇ ଘଣ୍ଟା ତାନଟି ।

ଯାନି ଯାତରା ବେଳେ ଲୋକଙ୍କ

           ଗହଳି ସେହି ଠାଆଁଟି

           ଟିକି ଆମ ଗାଆଁଟି ।

ଆମ ଗାଆଁର ପୋଖରୀ ଜଳ

          ଭାରି ତ ନିରିମଳଟି

ଗାଧୁଆ ବେଳେ ପହଁରି ଛୁଉଁ

          ଗରୁଡ଼ ଖମ୍ବ ଚୂଳଟି ।

ଖରା ବେଳରେ ଗାଧୁଆ ତୁଠ

          ଲାଗଇ ଖାଆଁ ଖାଆଁଟି

          ଟିକି ଆମ ଗାଆଁଟି ।

ଆମ ଗାଆଁର ଛୋଟିଆ ନଦୀ

          ଲୋହରାଖଣ୍ଡି ବହେଟି

ଚାଷ କାମରେ ସୁଖ ଦୁଃଖରେ

          ଭରସା ସିଏ ହୁଏଟି ।

ଖରା ଦିନରେ ପିଇବା ପାଣି

          ଯୋଗାଏ ତା'ର ଚୂଆଁଟି

           ଟିକି ଆମ ଗାଆଁଟି ।

ଆମ ଗାଆଁର ଦଣ୍ଡ ଯାତରା,

           ଚଇତ୍ର ମାସେ ହୁଏଟି

ନାଚ ତାମସା ମଜା ମଉଜେ

          ତମାମ ରାତି ପାହେଟି ।

ଦଣ୍ଡ କାଳିକା ହରଙ୍କୁ ଧରି

          ବୁଲନ୍ତି ଗାଆଁ ଗାଆଁଟି

           ଟିକି ଅମ ଗାଆଁଟି ।

ଛୋଟିଆ ସିନା ଗାଆଁଟି ଆମ

           ମଣିଷ ତା'ର ଭଲଟି

ସହାନୁଭୂତି ବ୍ୟବହାରରେ

            ନ ଥଏ କିଛି ଭେଲଟି ।

ଜନ ମଙ୍ଗଳ କାମକୁ କରି

            ରଖିବା ତା'ର ନାଆଁଟି

            ଟିକି ଆମ ଗାଆଁଟି । 


Rate this content
Log in

Similar oriya poem from Classics