STORYMIRROR

SUVENDU SINGH

Classics

4  

SUVENDU SINGH

Classics

ନୀରବତା

ନୀରବତା

1 min
268

ନୀରବତା ରେ ଖାଲି ମନେ ପଡେ

ତୁମେ ଆଉ ତୁମର ସେହି ଅଭୁଲା ସ୍ମୁତି,

କେତେଯେ ସନ୍ଧ୍ୟା କେତେ ଯେ ଖରାବେଳ

ଯାଇଛି,ଏହି ଭାବନାରେ,

କେବେ ଯେ ଆସିବ ମିଳନର ରାତି l


ବେଳେ ବେଳେ ଲାଗେ,

ତୁମକୁ ଭଲ ପାଇ ମୁଁ ଭୁଲ କରିଛି,

କାହିଁକି ନା ଯେତକି ପାଇଛି, ତା ଠାରୁ ଅଧିକ ହରାଇଛି,

ତମକୁ ପାଇବାର ଆଶା ନେଇ..

ହସିଛି କମ, ଆଉ କାନ୍ଦିଛି ବେଶୀ l


ବୁଝି ନଥିଲ କେବେ ବି ବୁଝିପାରିବନି ତୁମେ,

ମୋ ମନର ଅକୁହା କଥା,ଭଲ ପାଇବା ନୁହେଁ ସ୍ୱାର୍ଥ ହାସଲ ପାଇଁ କରୁଥିଲ ତୁମେ ଚେଷ୍ଟା 

ଶୁଣିଥିଲି ମନର ଭାବନା କହିଦେଲେ ସତେ ମନ ଯେ ହାଲୁକା ହୋଇବ, କେବେ ଭାବିନଥିଲି ତୁମେ ଦିନେ ମତେ ଭୁଲିଯାଇ ଆଉ କାହାର ଯେ ହୋଇବ l


ଅନେକ ଚେଷ୍ଟା କରୁଛି,ତୁମକୁ ମୋ ମନରୁ ଭୁଲିଯିବା ପାଇଁ,

ତୁମେ ଆଉ କାହାର ହେବା ପରେ

ମୁଁ ନିରବ ପାଲଟିଯାଇଛି 

ମାତ୍ର "ଏହି ନୀରବତା ରେ 

ମନେ ପଡୁନି ଆଉ କିଛି ବି ଲେଖିବା ପାଇଁ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics