STORYMIRROR

SUVENDU SINGH

Classics Inspirational

4  

SUVENDU SINGH

Classics Inspirational

ଡାକେ ସେ ଜଗତ ସାଇଁ

ଡାକେ ସେ ଜଗତ ସାଇଁ

1 min
517

ଗୋଟିଏ ସମୟେ

ନୂଆ ରୂପ ନେଇ

କୋଭିଡ ଆସିଛି ମାଡି

ଏହି ସମୟରେ

ଅମିକ୍ରମ ଆସୁଛି

ଅନ୍ୟ ଦେଶରୁ ଯେ ମୁହଁ କାଢି

ଶୁଣି ଶୁଖିଯାଏ ନାଡି

ଜୀବନ-ଜୀବିକା

ପ୍ରଭାବିତ ହେବ

ପକାଇଲେ ଦୁହେଁ ତାଡି ।


ଟିଭି ପରଦାରୁ

ଖବର ଶୁଣିକି

ଛାନିଆଁ ହେଲେଣି ସବୁ

ରୋଗ ପାଇଁ ଏବେ ଧନ 

ଜୀବନ ପ୍ରଭାବିତ ହେବ

ଲୋକେ ଡାକିଲେଣି ପ୍ରଭୁ

କେତେ ଦୁଃଖ ଆଉ ଦବୁ

ମେଡିକାଲ ରେ ଚିକିତ୍ସା ହେଇକି

ଅର୍ଥ ସବୁ ସରିଗଲାଣି

ଜୀବନ କି ଆମ ନବୁ ।


ଦୁଇ ସମସ୍ୟାରୁ

ଉଦ୍ଧୁରିବା ପାଇଁ

କେନ୍ଦ୍ର ରାଜ୍ୟ ସରକାର

ଟିଭି ପରଦାରେ

ସଚେତନ ବାର୍ତ୍ତା

ଦେଉଛନ୍ତି ବାରମ୍ବାର

ବୁଝିକି ନିର୍ଯ୍ୟାସ ତା'ର

ସତର୍କ ରହିଲେ

ଆମେରେ ମଣିଷ

ବିପଦରୁ ହେବା ପାର ।


ଯାହା ତୁମେ ସବୁ

କରୁଥା ଏଇନେ

ଭୁଲିବନି ଗୋଟେ କଥା

ତୁଣ୍ଡେ ଧରୁଥିବ

"ଜଗନ୍ନାଥ" ନାମ

ନୁଆଇଁ ଦେଇକି ମଥା

କଥାଟି ଯେହେତୁ ଯଥା

ସମର୍ପଣ କର

ନିଜକୁ ତା'ପାଖେ

ଭିଜାଇକି ଆଖି ପତା ।


ଆଡ଼ ନୟନରେ

ସିଏ ଯଦି ଥରେ

ଜାଣିଥାରେ, ଦେବ ଚାହିଁ

ଆସୁଥିବା ଏହି

ଦୁଇଟି ସମସ୍ୟା

ବେଶୀ ଦୁଃଖ ଦେବ ନାହିଁ

ଡାକସେ ଜଗତ ସାଇଁ

ଆକୁଳ ପ୍ରାର୍ଥନା

ଶୁଣି ମହାପ୍ରଭୁ

ଆସିବେ ଏବେଳେ ଧାଇଁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics