ଲେଖୁ ଲେଖୁ ଲେଖିଦେଲି
ଲେଖୁ ଲେଖୁ ଲେଖିଦେଲି
ତୁମେ ଚନ୍ଦ୍ରମାର ଜହ୍ନରାତି ପରି,
ନୀଳ ସାଗରର ଢେଉ,
ଧାରା ଶ୍ରାବଣର ମେଘର ମଲ୍ହାର
ସ୍ୱପ୍ନର ସାଧବ ବୋହୁ l
ଜୀବନ ପଥର ପଥିକ ତୁମେ ଯେ
ପ୍ରଣୟର ପଦ୍ମାବତୀ,
ଅନ୍ଧାରି ରାତିରେ ଆଖିର ନୟନ
ଅଶିଣର ଜନ୍ହରାତି l
ଭୁଲି ମୁଁ ପାରୁନି ପାରିବିନି କେବେ
କହିଦେଲି କହୁକହୁ,
ତୁମେ ହସିଦେଲେ ଫୁଲ ଫୁଟିଯାଏ
ଓଠରେ ଝରଇ ମହୁ l
ତୁମେ ହେମନ୍ତର ହଳଦୀ ପତ୍ରରେ
ପ୍ରୀତିର ଶିଶିର ବିନ୍ଦୁ,
ଶୀତ ସକାଳର ସୋରିଷ ଫୁଲଗୋ
ମାଘେ ମନଛୁଆଁ ଇନ୍ଦୁ l
ପାଣିର ସ୍ରୋତ ବହିଯାଏ ଯେବେ
କଣ୍ଠେ ତୋଳିଥାଅ କୁହୁ,
ତୁମ ସଂଗୀତକୁ ଶୁଣିବା ପାଇଁକି ମନେହୁଏ ଭାରି
କହିଦେଲି କହୁ କହୁ l
