STORYMIRROR

Lalit kumar Swain

Drama Romance

4  

Lalit kumar Swain

Drama Romance

ଶେଷ ଇଛା

ଶେଷ ଇଛା

1 min
259


ପରସ୍ତ ପରସ୍ତ ଭାବନା ଓ ସମ୍ଭାବନା ର ବୟସ ବୋଧେ ସରିଗଲା

ଆଉ ପରିପ୍ରକାଶ ର ଅକ୍ଷମତା ରେ ଶରୀର ପୂର୍ଣ

ତୁମେ ଦେଇଥିଲ ବୋଲି ତ ହସୁଥିଲି,

ଧରାକୁ ସରା ମଣି, ଲଙ୍ଘି ଯାଉଥିଲି, ଯୋଜନ ଯୋଜନ ବାଟ

ଏବେ ନିଶ୍ୱ, ଅସହାୟ

ଯାହା ଦେଇଥିଲ, ସବୁ ଛଡେଇ ନେଲ।

ତା ସହ ନେଇଗଲ

ତୁଛ ଗର୍ବ, ମିଥ୍ୟା ଅଂହାକର ସହ ଆତ୍ମା ଅଭିମାନ

ସତରେ କଣ ତୁମ କାନ ନାହିଁ,

କିମ୍ବା ଶୁଣି ନ ଶୁଣିଲା ଭଳି ଚୁପ ରହୁଛ।

ମୋ ପାଖେ ଅଛି ତ କେବଳ ସମର୍ପଣ ର ଶାମୁକାଏ ଅଂଶ

ନିରବ, ନିର୍ବିକାର, ନିଃସ୍ୱାର୍ଥପର ଭାବେ, 

କରି ଚାଲିଛି ତୁମ ପୂଜା।

ତୁମକୁ ପ୍ରସନ୍ନ କରିବାର ଏହା ପ୍ରହସନ ନୁହେଁ

କେବଳ ନିଷ୍କାମ ଭକ୍ତି ପାଇଁ, 

ପ୍ରଶାନ୍ତ ଆତ୍ମା ପାଇଁ ଓ ମୃତ୍ୟୁ ପୂର୍ବ ଦର୍ଶନ ପାଇଁ।

ତୁମେ ଯଦି ମୁଂହ ଫେରେଇବ

ମୁଁ ଆଉ କାହାକୁ ମୁଁହ ଦେଖେଇବି..

ଆଜିବି ନିଶବ୍ଦ କର୍ଣ୍ଣରେ,

ମନରେ ଡର ବସା ବାନ୍ଧିଲେ, ତୁମକୁ ଖୋଜେ

ଯେଉଁଠି ସବୁ କିଛି ଝଡି ଯାଏ

ଅସୁବିଧା, ଅସୁସ୍ଥତା ମଧ୍ୟରେ ତୁମ ପାଇଁ ମନର ବ୍ୟାକୁଳତା ବଢିଯାଏ

ହେ ମୋର ପରମ ପୂଜ୍ୟ

ଶେଷ ଇଛା ପୂର୍ଣ୍ଣ ପାଇଁ ଯୋଡୁଛି ହାତ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama