STORYMIRROR

Krushna Chandra Lenka

Abstract Drama Inspirational

4  

Krushna Chandra Lenka

Abstract Drama Inspirational

ଭ୍ରମ ବୁଝାବଣା

ଭ୍ରମ ବୁଝାବଣା

1 min
275

ବେଳେ ବେଳେ କିଛି ଏମନ୍ତ ଘଟଇ

  ବୁଝାବଣାର ଅଭାବେ,

ବହୁ ମୁଲ ଦେଇ ଭରି ହୁଏ ନାହିଁ

  ଜାଣ ଯେ ତାର ପ୍ରଭାବେ।


ସେହିଭଳି ଏଠି  ଅନେକ ଘଟଣା

  ଘଟିଛି ଏଇ ଭୁବନେ,

ସେଥୁ ଏକ କଥା  ଦିଏ ଭାରି ବ୍ୟଥା

   ଭାଳୁଛନ୍ତି ବିଶ୍ୱ ଜନେ।


ଉନବିଂଶ ଶତ ଅଷ୍ଟ ଦଶକରେ

   ଜନ ନିୟନ୍ତ୍ରଣ ପାଇଁ,

'ଏକ ଶିଶୁ ନୀତି'  ଦେଶେ ଲାଗୁ କରି

   ଚାଇନା ଆସିଲା ଧାଇଁ।


ଭାଳୁଥିଲା ସେତ  ଏଇ ନୀତି ବଳେ

   ଦେଶର ହେବ ପ୍ରଗତି,

ଜନସଂଖ୍ୟା ବୃଦ୍ଧି  ହାରକୁ କମାଇ

   ବଢାଇବ ଅର୍ଥନୀତି।


ମାତ୍ର ତାର ଫଳ ହେଲା ଏଠି କାଳ

   ଭାଳେ କିସ ହେଲା 'ଆହା'

ତିଳେ ବୁଝାବଣା  ଅଭାବୁ ଏମନ୍ତ

   ଘଟଣା ଘଟିଲା ଯାହା।


ସେଇ ନୀତି ବଳେ  ତରୁଣ ସମାଜ

   ହ୍ରାସ ପାଏ ତାର ଦେଶେ,

ଧିରେ ଧିରେ ଏକ  ପିଢ଼ି କମି ଯାଇ

   ଲୋପ ହୋଇଗଲା ଶେଷେ।


ତରୁଣ ଶକତି  ବଳେ ଦେଶ ସ୍ଥିତି

   ବଢଇ ସିନା ଜଗତେ,

ତରୁଣ ସାହସେ ଉଚ୍ଚ ଅଭିଳାଷେ

   ଦେଶ ଯାଏ ତାର ସାଥେ।


କିଶୋର ତରୁଣ  ହ୍ରାସ ପାଇ ଜାଣ

  ବୃଦ୍ଧ ସଂଖ୍ୟା ଗଲା ବଢି,

ଯା'ପାଇଁ ସେ ଦେଶେ ଚାହୁଁ ଚାହୁଁ ଦେଖ

   ବିକାଶେ ପଡଇ ବେଡି।


ସେ'ପାଇଁ ଏକାଳେ 'ଏକ ଶିଶୁ ନୀତି'

   ବଦଳାଇ ତାର ଦେଶେ,

ଦୁଇ ଶିଶୁ ନୀତି 'ତିନି ଶିଶୁ ନୀତି'

  ଲାଗୁକଲା କ୍ରମେ ଶେଷେ।


ତଥାପି ତା'ଫଳ  ହୁଏନି ସଫଳ

   କ୍ଷୁଦ୍ର ଏକ ଭ୍ରମ ପାଇଁ,

ଯେତେ ଅବା ଯାହା  କଲେ ଆଉ ତାହା

   ତିଳେ ବଦଳଇ ନାହିଁ।


ଏଇ ମୋ ଭାରତେ  କିଛି ଜନ ମତେ

   ହେଉ ଜନସଂଖ୍ୟା ନୀତି,

ଜନସଂଖ୍ୟା ବୃଦ୍ଧି  ହାରକୁ କମାଇ

   ଆସୁ ଏକ ନୂଆ ନୀତି।


ଏଠି ଜନସଂଖ୍ୟା  ନିୟନ୍ତ୍ରଣ ନୀତି

   ନହେଉ ଚାଇନା ପରି,

ନହେଲେ ଏଦେଶେ  ଆଗାମୀ ଭବିଷେ

   ନିଶ୍ଚେ ପଡିଯିବ ଭାରି।


ନୂଆ ନୀତି ଲାଗୁ  ହେବା ପୂର୍ବୁ ଏଠି

    ଗଢ଼ା ହେଉ ନବ ପଥ,

ବୁଦ୍ଧିଜୀବୀଠୁଁ  ବିଶେଷଜ୍ଞ ଯାଏଁ

   ଲୋଡ଼ାଯାଉ ସବୁ ମତ।


ଯୁବ ପିଢ଼ି ଦେଶ  ଏ ଭାରତବର୍ଷ

   ଯୁବ ଶକ୍ତି ଯାର ବଳ,

ବୁଝାବଣା ତିଳେ  ଅଭାବ ନହେଉ

   ନ ଆସୁ ଏ ଦେଶେ କାଳ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract