STORYMIRROR

Krushna Chandra Lenka

Abstract Action Inspirational

3  

Krushna Chandra Lenka

Abstract Action Inspirational

ଆଜିର ଗଣମାଧ୍ୟମ

ଆଜିର ଗଣମାଧ୍ୟମ

1 min
218

କେତେ ଦିନ ଆଉ ମୂଲହୀନ କଥା ପଛେ ଧାଇଁ,

କାର ଘର କଳି ବାରେ ଆଉ କେତେ ଥିବ ଚାହିଁ।

ଲୋକ କଥା ଆଉ ଜନ କ୍ଳେଶ ବ୍ୟଥା ଛାଡି ଦେଇ,

କି ଯଶ ପାଉଚ ସେଥୁଁ କହ ତିଳେ ମନ ବାଇ!

ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭଟି ତୁମ୍ଭେ ପରା,

ଗଣ ଭଲ ମନ୍ଦେ କାହିଁ ଦିଅ ନାହିଁ ତିଳେ ଧରା।

କାର ବ୍ୟକ୍ତିଗତ ଜୀବନର ବାରେ ଦେଇ ମୁଣ୍ଡ,

ତାର ଅଧିକାର କରୁଅଛ କିଆଁ ଖଣ୍ଡ ଖଣ୍ଡ?

କେତେ ଯେ ପ୍ରସଙ୍ଗ ଜନ ଦରବାରେ ଅଛି ପଡି,

ଚୋରୀ, ହତ୍ୟା ପଛେ ଧାଅଁ କାହିଁ ତୁମ୍ଭେ ତାରେ ଛାଡି।

ଛୋଟ କଥା ନେଇ ବଡ଼ କରିଦିଅ ତୁମ୍ଭେ ଯହିଁ,

ତାର ପରଭାବେ ଭୂମିକମ୍ପ ଆସେ ଲାଗେ ତହିଁ।

କେବେ ବସାଉଚ ଲୋକ ଅଦାଲତ ସ୍ୱାର୍ଥ ପାଇଁ,

ସେପାଇଁ ବିତର୍କେ କି ପାଲା ଚାଲଇ ସେଠି ତହିଁ।

କଙ୍ଗାରୁ କୋଅର୍ଟ ଖୋଲି ତୁମ୍ଭେ ପାଅ କିସ ଯଶ,

ଜନ କ୍ରୋଧ ବଢେ ସେପାଇଁ ଏ ଭୂମେ ବାରମାସ।

ନ୍ୟାୟାଳୟ ପାଶେ ନଯାଉଣୁ କିଛି ମୋକଦ୍ଦମା,

ବିଚାର କରୁଚ ତୁମ୍ଭେ ଏଠି ବସି ଟପି ସୀମା।

ଯାପାଇଁ ଜନତା ଗରଜଇ ଛକେ ରାଜପଥେ,

ମନ୍ଦ ପରଭାବ ପଡୁଚି ସେପାଇଁ ଜନମତେ।

ଜାଗ୍ରତ ପ୍ରହରୀ ଜାଗୁଅଛି ଯଦି ସ୍ୱାର୍ଥ ପାଇଁ,

ବିକାଶ ବଦଳେ ବିନାଶ ହୋଇବ ତେବେ ତହିଁ।

ଗଣମାଧ୍ୟମ ନହୋଇ କିଆଁ ଅଛ ନେତା ପାଶେ,

ନିରପେକ୍ଷ ଖବର ତୁମ୍ଭ କାହିଁ ଆଉ ନଦିଶେ!

ସବୁ ଭୁଲି ତୁମ୍ଭେ ଜାତି ସ୍ୱାର୍ଥ ପାଇଁ ଜାଗି ଉଠ,

ନବ ଜାଗରଣ ଆଣ ଏଦେଶେ ନକରି ମଠ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract