STORYMIRROR

Kishore Nayak

Drama Inspirational

4  

Kishore Nayak

Drama Inspirational

ଜୀବନ ଓ ସାମର୍ଥ୍ୟ

ଜୀବନ ଓ ସାମର୍ଥ୍ୟ

1 min
263


ପଥ ବହୁ ଦୂର ଏ ଜୀବନ ବାଟ 

ଚାଲିବାକୁ ହେବ ଏକା 

ଚାଲି ନପାରିଲେ ଥକି ପଡ଼ିବାର 

କଥାଟି ଯେ ହେବ ପକ୍କା ll


ଥକି ଗଲେ ଥରେ ଏ ଚଲା ବାଟରେ 

ଚାଲିବାଟା ଭାରି କଷ୍ଟ 

ନିଜ ଦୁର୍ବଳତା ନିଜ ଜୀବନକୁ 

ଅଚିରେ କରିବ ନଷ୍ଟ ll


ନୀରବ ସ୍ୱଭାବ ଦେଖି ଏ ଦୁନିଆ 

ଦେଖାଇବ ନାଲି ଆଖି 

ଖୋଜିଲା ବେଳକୁ ଆପଣା ଲୋକଙ୍କୁ 

କେହି ତ ଦେବେନି ସାକ୍ଷୀ ll


ସାମର୍ଥ୍ୟ କ୍ଷମତା ନଥିଲେ ନିଜର 

ଏ ଜୀବନ ଚଲାପଥେ 

ନିଜର ଲୋକ ବି ନିଜର ହେବେନି 

କେହିତ ନଥିବେ ସାଥେ ll


ବଞ୍ଚିବାକୁ ହେଲେ ଜୀବନର ଭିତି 

କରିବାକୁ ହେବ ଦୃଢ଼ 

ନହେଲେ ଜୀବନ ପଡି ଉଠି ଖାଲି 

ହେଉଥିବ ହଡବଡ ll


ସାମର୍ଥ୍ୟ ନଥିଲେ ଏଇ ଦୁନିଆରେ 

ବଞ୍ଚିବାଟା ଭାରି କଷ୍ଟ 

ନିଜର ଲୋକ ବି ନିନ୍ଦା ଆଚରିବେ 

ନକରି ପାରିଲେ ତୁଷ୍ଟ ll


ମିଛ ଅଭିନୟ, ଛଳନାରେ ଏଠି 

ଚାଲେ ଏ ଜୀବନ ରଥ 

ଭାଙ୍ଗି ଗଲେ ଥରେ ଯୋଡିବାକୁ ଆଉ 

କେହି ଦେବେନାହିଁ ହାତ ll


ସଫଳତା ଏଠି ପାଇବାକୁ ହେଲେ 

ସାମର୍ଥ୍ୟର ହୁଏ ଲୋଡ଼ା 

ନହେଲେ ଜୀବନ ଅଧା ଗଢ଼ା ହୋଇ 

ରହିଯିବ ଅସଜଡ଼ା ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama