ଖାଇଛନ୍ତି ମିଠା ଫଳ
ଖାଇଛନ୍ତି ମିଠା ଫଳ


କାଳିଆ ଦିଅଁର ନାକେ ନୋଲକ,
ପଡୁନାହିଁ ଜମା ଆଖି ପଲକ ।
ବଳିଆ ଭାଇଙ୍କ ସଙ୍ଗେ,
ମରୁତ ନନ୍ଦନ ବାଳ ମାରୁତିଙ୍କୁ
ଝୁଲାଅନ୍ତି ନାନା ରଙ୍ଗେ ।
ମାରୁତି ବି ପୂରା ଜାଣି ସିଆଣା,
ଶୁଭ ଜନ୍ମଦିନେ ପିଇକି ପଣା ।
ତୁଳସୀରେ ଦ୍ୟନ୍ତି ଜଳ,
ଆହୁରି ବି କେତେ ଭକ୍ତଙ୍କ ପାଖରୁ
ଖାଇଛନ୍ତି ମିଠା ଫଳ ।
ଭକ୍ତଙ୍କ ସଙ୍କଟ ମୋଚନ ପାଇଁ,
ଚାରିଯୁଗେ ପରା ଅମର ସେଇ ।
ଜଗା ବଳିଆଙ୍କୁ ଜଣା,
ବଡ଼ ଦେଉଳର ବାନାରେ ଥାଇକି
ଗୁହାରି କରନ୍ତି ଶୁଣା ।
ଡାକ ଦେଲେ କିଏ ଶ୍ରଦ୍ଧାରେ ଥରେ,
ନିମିଷକେ ତା'ର ବିପତ୍ତି ହରେ ।
ହନୁମାନ ମହାବୀର,
ସାରା ସଂସାରର କୁଶଳ ମନାସୀ
ସେ ପାଦେ ନୋଇଁବା ଶିର ।।