Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rekharani Sahu

Drama Fantasy Inspirational

3  

Rekharani Sahu

Drama Fantasy Inspirational

ଲୁଚକାଳି

ଲୁଚକାଳି

1 min
422


ହଁ ସେ ଛାଇ ଆଲୁଅର ଖେଳ ଭିତରେ

ଲୁଚକାଳି ଖେଳୁ ଖେଳୁ

କେବେ ନିଜ ଜୀବନରେ

 ଲୁଚକାଳି ମଣିଷ ଖେଳେ

 ଜାଣିବି ପାରେନି.....

କିନ୍ତୁ…!!!

 ଏବେ ଯୋଉ ଲୁଚକାଳି ଖେଳ ଚାଲିଛି

ତାହା ଅନଲାଇନ୍ ଆଉ ଅଫ୍ ଲାଇନ୍ ର ,

ହଁ ତୁମକୁ ଶୁଣି ଆଶ୍ଚର୍ଯ୍ୟ ଲାଗିବନି ସତ

କାହିଁକି ନା ତୁମେ ବି ତ ସେଥିରୁ ଜଣେ

ନିଜକୁ ଚିହ୍ନିବାକୁ ଯାଇ ପରିଚୟ ହିନ ହେବାର

ନିଶାଟା ସମସ୍ତଙ୍କୁ ଘାରିଲାଣି

ଜୀଵନ ଜୁଇରେ ସବୁ ଜଳି ପାଉଁଶ ବି ହେଲାଣି

ତଥାପି କାହିଁକି କେଜାଣି ସେ ଲୁଚକାଳି ଖେଳ

 ଆଜି ବି ଖେଳା ଚାଲିଛି ,

କିଏ ସାଙ୍ଗ ମେଳ ହେଇ ଖେଳୁଛି

ତ .....

କିଏ ନିଜ ସହ ନିଜେ ଲୁଚକାଳି ଖେଳୁଛି

ଧିରେ ଧିରେ ସମୟ ସରିବାରେ ଲାଗିଛି .....

କିନ୍ତୁ !!

ଲୁଚକାଳି ଖେଳ ଆଜି ବି ପ୍ରସାରିତ ହେଇ ଚାଲିଛି ,

ଯେପରି ଅନଲାଇନ୍ ଖେଳ ହେଉଛି ....

ଏକ , ଦୁଇ , ତିନି କହି କିଏ କେତେ ବାଜି ମାରୁଛି ,

କିଏ ହାରୁଚି ତ କିଏ ଏଠି ଜିତି ଯାଉଛି ....

ଯାହା ବାକି ରହିଲା ଲୁଚକାଳି ଖେଳ ଭିତରେ ହଜି ଯାଉଛି ।।

          


Rate this content
Log in

Similar oriya poem from Drama