STORYMIRROR

RAJANI KANTA SAHU

Abstract Drama Tragedy

3  

RAJANI KANTA SAHU

Abstract Drama Tragedy

ରାତିର ଯନ୍ତ୍ରଣା

ରାତିର ଯନ୍ତ୍ରଣା

1 min
179


ନିଦରେ ଶୋଇଛି ରୋଗ,

ତମେ କଡ ଲେଉଟାଓ ନାହିଁ

ନଚେତ୍ ସେ ଉଠିଲେ 

ତମେ ଶୋଇ ପାରିବ ନାହିଁ

ଅସହ୍ୟ ଯନ୍ତ୍ରଣାରେ,

ଚୁପ୍ ଚାପ୍ ଶୋଇପଡ଼ ଅବା

ବ୍ୟସ୍ତ ରୁହ ଶୋଇବାର ଅଭିନୟ କରିବାରେ ।


ବେଡ ରେ ରୋଗ,

ଯନ୍ତ୍ରଣା, ଲୁହ, କାନ୍ଦ ସବୁ

ମିଶା ମିଶି ଶରୀର ଟେ ପଡ଼ିଥାଏ

ଅଚେତ ଅବସ୍ଥାରେ,

ସାଲାଇନ ରେ ପ୍ରବାହିତ ଶ୍ଵାସ

ରକ୍ତ ଆଉ ଜୀବନ

କେବଳ ଆଶା ଆକାଂକ୍ଷା ର

ଅଖି ସବୁ ଘେରି ବସିଥାଏ

ତା ଚତୁଃପାର୍ଶ୍ୱରେ ।


ଜୀବନ ପାଇଁ ଆର୍ତ୍ତନାଦ

ଭଗବାନ ଏବଂ ଭଗବାନ ସଦୃଶ

ଡାକ୍ତରଙ୍କ ସମ୍ମୁଖରେ,

କନ୍ଥରେ ପିଟିହେଇ

ଚେତା ହରଉ ଥିବା

ନୀରିହ କୋହ

ଆଉ ଆଶା ବସା ବନ୍ଧୁଥାଏ

ଅନେକ ଉଦାସ ଆଖିରେ ।


ସାଲାଇନ ଷ୍ଟାଣ୍ଡ ସବୁ

ରାତ୍ରିର ଜଗୁଆଳି ପରି ପ୍ରତୀୟମାନ

ଅକ୍ସିଜନ ସିଲିଣ୍ଡର ସବୁ,

ସସତ୍ର ପ୍ରହରୀ

ଭୂତ ପରି ଦିଶନ୍ତି ସମସ୍ତ ଲୋକ

ଆଉ ଭୂତ ପରି ଦିଶେ ଆଖ ପାଖ ସବୁ ।


ଶ୍ଵାସ ଚାଲେ କ୍ଷୀପ୍ର ଗତିରେ

ଅଶାନ୍ତ ଲହଡ଼ି ପରି,

ଚେତନା ଅବଚେତନାରେ

ଛନ୍ଦି ହେଇ ଶୋଇଥାଏ ରୋଗୀ ଟିଏ

ଆଉ ତା ସହ ଶୋଇଥାଏ

ଯନ୍ତ୍ରଣା ସ୍ୱାସକୁ ଜାବୁଡ଼ି ଧରି ।


Rate this content
Log in

Similar oriya poem from Abstract