STORYMIRROR

RAJANI KANTA SAHU

Abstract Tragedy Fantasy

4  

RAJANI KANTA SAHU

Abstract Tragedy Fantasy

ଧୂଆଁରେ ମିଳେଇ ଜାଓ ତାମେ...

ଧୂଆଁରେ ମିଳେଇ ଜାଓ ତାମେ...

1 min
7

ସିଗାରେଟ ଧୂଆଁରେ ମିଳେଇଯାଅ ତୁମେ ,

ମିଳେଇଯାଏ ତୁମର ସମସ୍ତ

ସ୍ମୃତି,ତୁମର ଅସ୍ତିତ୍ୱ ଏବଂ ତୁମର

ସମସ୍ତ ସାମଗ୍ରୀ , ଯାହା ଦେଇଥିଲ

ମୋର ଆଗୋଚରରେ ,

ତୁମ ପରେ ମୋ ସିଗାରେଟ ଧୂଆଁ ବି ମିଳେଇଯାଏ

ମୁଁ ଦେଖିପାରୁନଥିବା ଶୂନ୍ୟତାରେ ..


ଗଛର ପତ୍ର ଝଡେ ଏବଂ 

ପୁଣି ପତ୍ର କଅଁଳେ

ବାର୍ଦ୍ଧକ୍ୟ ପରେ ପୁଣି ଫେରେ ଯୌବନ

ଚାହୁଁନଥବା ସତ୍ତ୍ୱେବି

ମୃତ୍ୟୁ ଆସେ ଗୁଣ୍ଠୁଣି ହାତୀର ପିଠିରେ , 

ଏବଂ ଜନ୍ମ ,ଯୌବନ,ଜୀବନ ବି

ମିଳେଇଯାଏ , ମୁଁ ଦେଖିପାରୁନଥିବା ଶୂନ୍ୟତାରେ ..


ତୁମ ହସ ଶୁଭେ ମତେ

ପତ୍ରର ଗହଳି ମଧ୍ୟରୁ ,

ଯେଉଁଠି ସିଗରେଟର ଧୂଆଁ

ପଶିନପାରି ଫେରିଆସେ

ଦୀର୍ଘ ଏକ ନିରାଶାରୁ ...


ତୁମେ ଯେତେ ଦୂର ଯିବ

ସୀମାହିନ ଦରିଆର ସେପାରିକୁ ,

ମୁଁ ଅନ୍ତତଃ ପକ୍ଷେ ଦୀର୍ଘ ଶ୍ୱାସଟିଏ ମରିବି

ହଜେଇଥିବା ଆଶାରେ ତୁମର ଉପସ୍ଥିତିକୁ ...।।


Rate this content
Log in

Similar oriya poem from Abstract