STORYMIRROR

RAJANI KANTA SAHU

Comedy Drama Action

4  

RAJANI KANTA SAHU

Comedy Drama Action

ବର୍ଷା

ବର୍ଷା

1 min
12

ସାରା ସଂସାର ଅଦୃଶ୍ୟ ପରାୟ 

ଏଠି ଏବେ ସମସ୍ତ ଘର ,ସମସ୍ତ ଗଛ 

ଅଦୃଶ୍ୟ ପରାୟ 

ବୋଧେ ହୁଏ ବାହାରରେ ବାର୍ଷୁଥିବା 

ମୂଷଳ ଧାରା ବର୍ଷIରେ ବୋହିଗଲେଣି 

କେଉଁ ନାଳ ଦେଇ କେଉଁ ନଦୀର ଗର୍ଭକୁ ,


ଏଠି ଏବେ ଲହଡି ଭIଙ୍ଗେ

ବୀଜ ରାସ୍ତାରେ ବର୍ଷIର ପ୍ରଖର ସ୍ରୋତ 

କାହିଁ କେଉଁ ଯୋଜନ ଦୂରେ ଥାଇ 

ଘଡଘଡି , ଛାତି ତଳେ ଭୂକମ୍ପ ସୃଷ୍ଟି କରେ 

ଘର ସାମ୍ନାରେ ଥିବା ଗଛଟି ଏବେ ଏବେ 

ବସିଲେଣି ବୋହି ଯିବାକୁ II


 ପାଣିର ପର ଲାଗିଲାଣି 

ଛାତରୁ, ବାଲକୁଣୀରୁ

ଏବଂ ଯିଏ ଯେତେ ଉଚ୍ଚରୁ 

ଲମ୍ଫ ଦିଅନ୍ତି ବାଦୁଆ ପ୍ରତିଯୋଗୀ ସଦୃଶ ,

ପୁଣି ବୋହିଯାନ୍ତି ନିର୍ଦୋନ୍ଦରେ,

ଅନେକ ଶବ୍ଦ ସୃଷ୍ଟି କରି

କେଉଁ ଏକ ଅଜଣା ବିପ୍ଳବର ଆହ୍ଵାନରେ II


ଏବେ ବି ବର୍ଷି ଚାଲିଛି ଆକାଶ 

ହେଇ ଦେଖୁନ ସେଇ ଘର ପଛପଟେ 

ଗୋଟିଏ ବିଜୁଳି ଖସିପଡିଲା 

ଆକାଶର ଛାତିଚିରି,

ହେଇ ଦେଖୁନ ସେଇ ଦୂରରେ 

ଯେଉଁ ଘର ଦେଖୁଛ .....ହଁ ......ହଁ

ସେଇ ଘର ....... ଯେଉଁ ଘର ତମେ ଦେଖୁଛ 

ସେଇଠି ଏବେ ଏବେ ଆଲୁଅଟେ ଚମକିଲା 

ଦେଖୁନ ସେ ଘର ଲିଭୁନାହିଁ ଏତେ ବର୍ଷାରେ

ଆହୁରି ଆହୁରି ଆଲୋକିତା ହେଉଛି 

ଅମାନିଆ ଶିଶୁଟି ପରି II


ଆଜି ପାଣିର ପାଦରେ 

କେହି ପାଉଁଜି ବାନ୍ଧି ଦେଇଛି ବୋଧେ 

ଗୀତ ଗାଇ ନାଚି କୁଦି 

ବୋହି ଚାଲେ ଘର ଅଗଣା ଦେଇ 

ପାହାଚରୁ ପାହାଚ ଡେଇଁ ଡେଇଁ II   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy