STORYMIRROR

RAJANI KANTA SAHU

Abstract Drama Tragedy

4  

RAJANI KANTA SAHU

Abstract Drama Tragedy

ସମ୍ପର୍କ ର ଏକଲାପଣ

ସମ୍ପର୍କ ର ଏକଲାପଣ

1 min
16

କାହିଁକି କେଜାଣି ଆଜି ମୋତେ 

ଭାରି ଏକଲା ଲାଗୁଛି ,

ସବୁ ଅଛି, ସମସ୍ତେ ଅଛନ୍ତି 

ତଥାପି କାହିଁକି କେଜାଣି 

କିଛି ରହିଗଲା ପରି ଅବା 

କିଛି ଛାଡ଼ି ହେଇଗଲା ପରି ଲାଗୁଛି ।।


ସମ୍ପର୍କ ବି ଧୀରେ ଧୀରେ ମଳିନ 

ହେବାକୁ ବସିଲାଣି,

କିଛି ସମ୍ପର୍କ ବି ଧୂଳି ଧୂସରିତ 

ହେବାକୁ ବସିଲାଣି, ଭାଙ୍ଗିବାକୁ ବସିଲାଣି 

ଋଷିବାକୁ ବସିଲାଣି,

ସେମିତି ଆଉ ମମତା ଦେଖାଯାଉ ନାହିଁ

ଖାଲି ଆଖିରେ 

ଯାହା ରକ୍ତରେ ପ୍ରବାହିତ ହେଉଥିଲା 

ତାହା ରକ୍ତରେ ସୁଖୀବାକୁ ବସିଲାଣି।।


କଣ ଖୋଜୁଥିଲି କଣ ବା ପାଇଲି 

କିଛି ଜାଣିନି 

କୁଆଡେ ଯିବାକୁ ବାହାରିଥିଲି 

କୁଆଡେ ଯାଉଛି 

କିଛି ଜାଣିନି ,

ଏବେ କେବଳ ବାଟ ବଣା ହେଇ 

ବାଟ ଖୋଜି ଚାଲିଛି 

ଭବିଷ୍ୟତ କୋଉଠି କିଛି ଜାଣିନି ।।


ଅଜଣା ରାସ୍ତାରେ, ଅଜଣା ଜାଗାରେ 

ନିଜକୁ ପାଉଛି ପ୍ରତିଟି ମୁହୂର୍ତ୍ତ 

କିଛିତ ନାହିଁ ହଜେଇବାକୁ 

ତଥାପି ହଜେଇ ବାର ଡର 

ଲାଗୁଛି ପ୍ରତିଟି ମୁହୂର୍ତ୍ତ ,

ମୁଁ ସର୍ବ ହରା, ନିସ୍ବ, ପରାଜିତ 

ତଥାପି ଆଶାର କିରଣ ଖୋଜିବାରେ 

ଲାଗିଛି ପ୍ରତିଟି ମୁହୂର୍ତ୍ତ।।


ସମ୍ପର୍କରେ ଆଉ ମୋହ ନାହିଁ,

ଲୋଭ ନାହିଁ, ଆସ୍ଥା ନାହିଁ 

ସମ୍ପର୍କ ବି ଆଗ ପରି 

ଆଉ ମଧୁର ଲାଗୁ ନାହିଁ,

କାହିଁକି କେଜାଣି ନିଜ ଲୋକ ବି ଅଜଣା ଲାଗନ୍ତି 

ଏବଂ ତାଙ୍କ ଚେହେରା ବି ଆଉ 

ମନେ ପଡ଼ିଲା ପରି ଲାଗୁ ନାହିଁ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract