STORYMIRROR

RAJANI KANTA SAHU

Abstract Drama Classics

4  

RAJANI KANTA SAHU

Abstract Drama Classics

ରାତି ଓ ଝିଙ୍କାରି

ରାତି ଓ ଝିଙ୍କାରି

1 min
9

ଝିଙ୍କାରି ଙ୍କ ଶବ୍ଦରେ

ନିଦ ଭାଂଗିଯାଏ ଅଧାରାତିରେ ,

ମୁଁ ଉଠେ କବାଟ ଖୋଲି ବାହାରିଯଏ 

ଏବାଁ ଘୂରିବୁଲେ ପ୍ରେତ ପରି ମୋ ଖୋଲା ଛାତରେ ..


ଶିମିଳି ତୁଳା ପରି କିଛି

ପାଉଁଶିଆ ବାଦଲ ଯିଏ

ଏବେ ଏଇଠି ଥିଲେ ,ସେମାନେ

ଆକାଶର ସେପାରିକୁ ଚାଲିଗଲେଣି

ଯେଉଁଠି ନିର୍ଦୋନ୍ଦରେ ଅଦୃଶ୍ୟ ହେଇହୁଏ ...


ଚୁପ ଚାପ ଚାଲିଯାଏ 

କାହିଁ କେତେ ଦୂରେ ଉଡାଜାହାଜଟା

ଯୋଜନ ଯୋଜନ ଦୂରତାକୁ ,

କିନ୍ତୁ ରାତି ଏଠି ଗାଢ ଅନ୍ଧାର ନୁହେଁ

ରାତି ଏଠି ଚୁପ ଚାପ ଶାନ୍ତ ନୁହେଁ 

ରାଜପଥରୁ ଗାଡିର ଶବ୍ଦ 

ଖିନ୍ନଭିନ୍ନ କରେ ନିଶବ୍ଦ ନିଶ୍ଚିଳ ରାତିକୁ ....


ସେ ବିଜୁଳି ବତୀରୁ ଝରି ପଡେ

ସୁନେଲି ଆଲୁଅ ,

ରାସ୍ତା , ସମସ୍ତ ଗାଡି ଏବଂ

ଭୂତ ପରି ବୁଲୁଥିବା କେତୋଟି ଲୋକଂକୁ

କରେ ସୋର୍ଣ୍ଣମୟ...


ଝିଂକାରି ସେମିତି ରାବି ଚାଲିଥାଏ

ସାରା ରାତି ବିନା ପ୍ରତିବନ୍ଧକରେ ,

କାହିଁକି କେଜଣି ଥକେନି ସେ

କିନ୍ତୁ ମୁଁ ଥକିଯାଏ କିଛିକ୍ଷଣ 

ତା ରାବ ଶୁଣିବା ପରେ ...


ମୁଁ ଚାଲିଯାଏ ମୋ ଘରଭିତରକୁ

ସେ ଝିଂକାରିଂକୁ ଗାଳି ଦେଇ ,

କବାଟ ବନ୍ଦ କରେ ଏବଂ 

ପୁଣି ଶୋଇ ଯାଏ ଅନ୍ଧାରକୁ ଢାଂକି ହେଇ ....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract