କ୍ୟାନଭାସ ର ଛବି
କ୍ୟାନଭାସ ର ଛବି
ମୋ ଆଖି ଆଗରେ କ୍ୟାନଭାସଟା
ଜଳୁଥାଏ ରଙ୍ଗରେ ହୁତୁହୁତୁ ହେଇ ,
ଯେମିତି ବାହାରି ଆସିବ ସମସ୍ତ ରଙ୍ଗ
ଏକ ଜୀବନ୍ତ ରୂପ ନେଇ II
ପରସ୍ତ ପରସ୍ତ ବୋଳି ହୋଇଥାନ୍ତି ରଙ୍ଗ
ଜଣଙ୍କ ସହିତ ଜଣେ
ଛନ୍ଦି ହୋଇଥାନ୍ତି ସମସ୍ତ ରେଖା
କ୍ଷେତ ଭିତରେ ଗଜରୀ ଉଠେ
ସମସ୍ତ ସୃଷ୍ଟି ,
କ୍ୟାନଭାସ ଉପରେ ରଙ୍ଗର ସଂଭାର
ତ ଆରମ୍ଭ ହେଇଯାଇଛି
କିନ୍ତୁ ଚାଲିଛି ଏଠି ଅନନ୍ତ
ପ୍ରୟାସର ଅଥକ ବୃଷ୍ଟି II
ଦୂରରୁ ଦେଖାଯାଉଥାଏ
ସେ ରକ୍ତ ପଳାଶ
ଯାହା ସଦ୍ୟ ପ୍ରସ୍ଫୁଟିତ ,
କ୍ୟାନଭାସର ଖେଳି ଅଥଚ
ସୁଦୂର ପ୍ରସରି ଦିଗଳୟରୁ
ଆଉ ଯାହାର ସୁଗନ୍ଧ ପ୍ରସାରିଯାଏ
ଭୂମିରୁ ଆକାଶ ପର୍ଯ୍ୟନ୍ତ II
