ଅକ୍ଷର
ଅକ୍ଷର
ସବୁ ଅକ୍ଷର ହଜିଯାଅନ୍ତି
ଗୋଟିଏ ଚିତ୍ର ଭିତରେ
ସମେସ୍ତେ ରୂପ ନିଅନ୍ତି ମେଘରେ ,
ଗଛରେ ,ଘାସରେ ,
କବିତା ଆରମ୍ଭ ହୁଏ ସେହି ଚିତ୍ରରୁ
ଲିନ ହେଇଥିଲା ଯେଉଁ କବିତା
ଯେଉଁ ଚିତ୍ର ମଧ୍ୟରେ ..
ଜହ୍ନ ଫୁଟିଉଠେ ବାଦଲ ଭିତରୁ
ଗଛ ମାନଂକ ଉପରେ ଡେଇଁବୁଲେ ,
ଘାସ ପଡିଆରେ ଗଡିଯାଏ ,ପୁଣି
ସମେସ୍ତେ ଅନ୍ଧାରରେ ହଜିଯାନ୍ତି
ବାଦଲ ଭିତରେ ଜହ୍ନ ହଜିଗଲେ ..
ସବୁ ଅକ୍ଷର ଭିନ୍ନ ଭିନ୍ନ ହୁଅନ୍ତି ଚିତ୍ରରୁ
ଏବଂ ପକ୍ଷୀହେଇ ଉଡିଯାନ୍ତି
ଗୋଟିଏ ଆକାଶରୁ ଅନ୍ୟ ଆକାଶକୁ ,
ଜହ୍ନ ଭିନ୍ନ ହୁଏ ,ବାଦଲ ଭିନ୍ନ ହୁଏ ,
ଭିନ୍ନ ହୁଏ ଗଛ ,ଘାସ ଏବଂ ଅନ୍ୟ ସମସ୍ତେ
କେବଳ ଅକ୍ଷର ରହିଯାଏ କବିତାରେ
ଅନ୍ୟ ଏକ ଜଗତ ସୃଷ୍ଟି କରିବାକୁ ....
