STORYMIRROR

RAJANI KANTA SAHU

Drama Romance Fantasy

3  

RAJANI KANTA SAHU

Drama Romance Fantasy

ବର୍ଷା ରାତି

ବର୍ଷା ରାତି

1 min
15

ସଂଧ୍ୟା ତମାମ ବର୍ଷାରେ 

ଭିଜିଥିବା ଜହ୍ନ ହଠାତ

ମିଳେଇ ଯାଏ ମୋ ଆଖି ଆଗରେ,

ସମସ୍ତ ଆକାଶଟା ଯାକ

ନୀରବତା, ହେମାଳ ପବନ

ବହେ ଯାହା ଘଷି ହେଇ ମୋ ଦେହରେ..

ସମସ୍ତ କୋଠା ନୀରବ

ତାସ ଖେଳୁଥିବା କିଛି

ଲୋକ ଯାହା ହଲଚଲ ହେଇ,

ନିଶ୍ଚଳ ଅନ୍ଧାରକୁ ଦୋହଲେଇ ଦିଅନ୍ତି

ଆଉ କିଛି ଘର ହଜିଯାଆନ୍ତି

ଅନ୍ଧାର ଭିତରେ

ଏବଂ ମୁଁ ହଜିଯାଉଥାଏ

ମୋ ବିଳାପିତ ଅତୀତକୁ ନେଇ....

 

          ତୁମେ ଦେଖାହେଲେ କ’ଣ କହିବି ?

          ଆଉ କ’ଣ କହିବି ଆକାଶଟା

          ଶୂନ ଶାନ ହେଇଯିବାର କାରଣ

          ତୁମେ ଦେଖାହେଲେ ମୋ ଓଠରୁ

          ଶବ୍ଦଟିଏ ସୁଧା ବାହାରେ ନାହିଁ

          କିନ୍ତୁ ଆଖି ଓଦା ହେଇ ଆସେ,

          ହେଲେ ତୁମେ ଆଉ କ’ଣ ଦେଖାହେବ

          ସେହି ସେହି ସ୍ଥାନ ମାନଂକରେ

         ଯେଉଁଠି ଦେନେ ଆମେ ପ୍ରେମ କରୁଥିଲେ 

         ସେଠି ମୁଁ ଆଜି ଏକା ଯାହା ବଉଳ ଫୁଲର                             ବାସ୍ନା

         ଦୂରରୁ ଭସି ଆସେ .....


ଆଉ ଜହ୍ନ ଦେଶିବନି ରାତିଟା ଯାକ

ଯାହା ଏବେ ଏବେ ବୋହିଯାଇଛି 

କେଉଁ ନାଳ କି ନର୍ଦ୍ଦମାକୁ,

ତାରା ମାନେ ବି ଖସିପଡିଛନ୍ତି

ଏଠି ସେଠି ଆଉ କେଉଁଠି କେଉଁଠି

ଏବେ ଏବେ ତ ତୁମେ ଆସିଲ

 କ’ଣ ଏବେ ଚଲିଯିବ

ବେଖାତିରି କରି ବାହାରେ 

ବର୍ଷୁଥିବା ବର୍ଷାକୁ.. 

          

         ଟିକେ ରହିଯାଅ,ମୁଁ 

         ତୁମକୁ ଦେଖି କବିତାଟେ ଲେଖିଦିଏ

         ହେଲେ ତୁମେ ସାମ୍ନାରେ ଥିଲେ

         ମୁଁ କ’ଣ ଆଉ କିଛି ଦେଖିପାରେ ,

          ଯନ୍ତ୍ରଣା ଭରା ଶରୀରଟା

         ହାଲକା ହେଇଯାଏ ଆଖି କୋଣରୁ

         ମେଂଚେ ମେଂଚେ ଲୁହ ବୋହିଗଲା   ପରେ. ।


                                       


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama