STORYMIRROR

Bidyadhar Mantry

Abstract Drama Classics

4  

Bidyadhar Mantry

Abstract Drama Classics

ରାମ ଦୂତ ହନୁମାନ

ରାମ ଦୂତ ହନୁମାନ

2 mins
292


  ( ରାଗ.. କୌଶିକ)

ଶ୍ରୀରାମ ଶ୍ରୀରାମ' ଉଚ୍ଚାରଣ ଧାରେ '

ସମୁଦ୍ର କରିଲେ ଲଙ୍ଘନ 

ଲଙ୍କା ରେ ପହଞ୍ଚି,କେଉଁଠି ନ ପାଇ

ଅଧିର ସେ ହନୁମାନ'

   ଆତୁରେ 

ଖୋଜୁ ଥିଲେ ପୁଣି ଆଶାରେ

ଶିଂସପା ବୃକ୍ଷର ' ଡାଳେ ବସି ରହି '

ଲକ୍ଷ୍ୟ କଲେ ନିମ୍ନ ଦେଶରେ ',(୧)

ଅଶୋକ ବୃକ୍ଷର' ମୂଳରେ ହିଁ ଅଛି '

ସୀତା ମାତାଙ୍କର ଆସ୍ଥାନ '

ବୃକ୍ଷମୂଳେ ପୁଣି ' ଭୂମି ଚଟାଣରେ '

ମୁଖ ମଣ୍ଡଳ ବି ବିଷର୍ଣ୍ଣ

       ଦୁଃଖରେ

କେଶ ରାଶି ' ଅସଜଡାରେ '

ମୁଖେ ନାହିଁ ହସ ,ପ୍ରାୟତଃ ଚିନ୍ତିତ

ଅନୁମେୟ ବି ସହଜରେ ' .(୨)

ବୃକ୍ଷ ଡାଳେ ବସି 'ହନୁମାନ ଆପେ '

ଶ୍ରୀରାମ ଶ୍ରୀରାମ ଭଜନ '

ଶ୍ରୀରାମଙ୍କ ଜନ୍ମ ' ଠାରୁ ସବୁ କଥା '

ମୁଖରେ କରିଲେ ବର୍ଣ୍ଣନ

     ଶ୍ରୀରାମ '

ରାମ ରାମ ଜୟ ଶ୍ରୀରାମ '

ସୀତାଙ୍କ ସନ୍ଧାନ' ନିମନ୍ତେ ପ୍ରେରଣ '

ଭଜୁଛି ଶ୍ରୀରାମ ଶ୍ରୀରାମ'....(୩)

ସୀତା ମାତା ବିନା ' ପ୍ରଭୁ ରାମଚନ୍ଦ୍ର '

ଦୁଃଖରେ ବିତାନ୍ତି ଜୀବନ '

ଅଜ୍ଞାତ ବାନର ' ମୁଖରେ ଶ୍ରୀରାମ '

ଗୁଣ ଓ ମହିମା ବର୍ଣ୍ଣନ '

     ପ୍ରାୟତଃ 

ଅସୁର ର ' ମାୟା ଜଡ଼ିତ '

ଅସୁର ମାୟା ବି ' ହୋଇପାରେ ଭାବି '

ସୀତା ହୋଇଲେ ପ୍ରକୃତିସ୍ଥ '...(୪)

ଦୂରେ ଥାଇ ହନୁ ' ବୁଝିଗଲେ ପ୍ରାୟ

ସୀତାଙ୍କ ସେ ' ଅସ୍ଥିର ପଣ'

ଶ୍ରୀରାମଙ୍କ ନାମ 'ଶପଥ ପୂର୍ବକ '

କହିଲେ ଭକ୍ତ ହନୁମାନ '

  ଭୋ ମାତା 

ହୁଅ ନାହିଁ ' ଆଉ ଚିନ୍ତିତା '

ଶ୍ରୀରାମଙ୍କର ହିଁ 'ସେବକ ଓ ଭକ୍ତ '

ବହନ କରିଛି ଏ ବାର୍ତ୍ତା ..(୫)

ଶ୍ରୀରାମ ଆଙ୍ଗୁଳି ' ଧାରେ ସେ ମୂଦ୍ରିକା '

ଦେଇଛନ୍ତି ପ୍ରଭୁ ଶ୍ରୀରାମ

ବିଶ୍ୱାସ ସ୍ବରୂପ ' ଦେଖ ଏ ମୁଦ୍ରିକା

ଦୂର ହେଉ ମନର ଭ୍ରମ '

    ସେବାରେ '

ହନୁମାନ ' ତୁମ ସେବାରେ '

ଶ୍ରୀରାମଙ୍କ ଦୂତ' ହୋଇଛି ପ୍ରେରିତ 

କଥା ଶୁଣନ୍ତୁ ନିର୍ଭୟରେ ' .(୬)

ହନୁମାନଙ୍କର' ପବିତ୍ର ବଚନେ '

ବିଶ୍ୱାସ ହୋଇଲା ଶତତ '

ହନୁମାନ ଠାରୁ ' ମୁଦ୍ରିକା ପ୍ରାପ୍ତିରେ '

ସୀତାଙ୍କ ମନ ଆନନ୍ଦିତ '

 &n

bsp;  ମୁଖ୍ୟତଃ 

ଉପକାରୀ , ପୁଣି ପ୍ରେରିତ 

କୁହ ପ୍ରଭୁ କଥା, ଶ୍ରୀରାମଙ୍କ ଗାଥା

ଏ ସୀତା ମନରେ ଅଛି ତ!..(୭)

ସୀତା ମାତା କଥା ' ଶୁଣି ହନୁମାନ

କହିଲେ ସେ ' ଦୁଃଖ ବାରତା 

ପ୍ରତି ମୁହୂର୍ତ୍ତରେ ' ସୀତା ସୀତା ନାମ

ଶୟନେ ସପନେ ବି ସୀତା '

      ଦାରୁଣ 

ସେଇ ଦୃଶ୍ୟ ' ଅବର୍ଣ୍ଣନୀୟ '

ରାମଙ୍କ ଅବସ୍ଥା' କେତେ ଯେ କରୁଣ '

ଭାଷାରେ କହିବା କଠିନ....,(୮)

ରାବଣ ସହିତ 'ସମଗ୍ର ଲଙ୍କାକୁ '

ଧରିବି ପୁଣି ଅନାୟସେ '

ନିଜର ଅପୂର୍ବ' ସାହସ ବିଷୟେ '

ହନୁ କୁହେ ସୀତାଙ୍କ ପାଶେ '

     ଏଥର

ସୀତା ମାତା 'ହେବେ ଉଦ୍ଧାର '

କ୍ଷୁଦ୍ର ଶରୀର ଟି ' ହନୁମାନଙ୍କର '

ବୋଧେ ସନ୍ଦେହ ମାତାଙ୍କର '..,(୯)

ନିଜ ରୌଦ୍ର ରୂପ ' ସୀତାଙ୍କ ସମ୍ମୁଖେ '

ହନୁ କରିଲେ ପ୍ରଦର୍ଶିତ '

ଅନୁମତି ଦେଲେ ' ସମଗ୍ର ଲଙ୍କାକୁ '

କରି ଦେବି ଧ୍ବସ୍ତ ବିଧ୍ବସ୍ତ

     ସମ୍ପୂର୍ଣ୍ଣ 

ସୀତା ମାତା ' ମୁଖେ ବଚନ

ହନୁମାନଙ୍କର 'ଶକ୍ତି ଦେଖି କ୍ରମେ '

ସୀତା ବି ହୋଇଲେ ପ୍ରସନ୍ନ'....,(୧୦,)

ସୀତା ମାତା ପୁଣି' କହିଲେ ଯତନେ '

ଶୁଣିବା ହେଉ ଏକାଗ୍ରରେ '

ପ୍ରଭୁଙ୍କୁ ଏଠାକୁ ' ଆସିବାକୁ ହେବ

ଯଶ ଅକ୍ଷୁର୍ଣ୍ଣ ଧାରା ଧାରେ

     ସେ ଯୁଦ୍ଧ 

ନାରୀ ପ୍ରତି ' ସମ୍ମାନ ଯୁଦ୍ଧ '

ରାବଣ ନିଧନ ' ସୀତାଙ୍କ ଉଦ୍ଧାର

ହେଉ ନ୍ୟାୟତଃ ବିଧିବଦ୍ଧ ...(୧୧)

କଥୋପକଥନ ' ଶେଷ ହେଲା ପରେ '

ସୀତା ମାତା ଠାରୁ ଅଭୟ

ଖୁସି ମନେ ହନୁ ' ଲଙ୍କା ମଧ୍ୟେ ରହି

ନିଜକୁ ନିଜେ ବି ଅଥୟ '

    ପ୍ରାୟତଃ

ସୀତା ମାତା ' ଠାବ ସହିତ

ମୁଦ୍ରିକା ପ୍ରଦାନ ' ହେଲା ସମାପନ

ଧନ୍ୟ ହନୁମାନ ସେ' ଦୂତ...,(୧୨)

ଶ୍ରୀରାମଙ୍କ ପାଶେ ' ହନୁମାନ ଧିରେ 

ସଂକ୍ଷିପ୍ତ ବିବରଣୀ ଧାରେ

ସୀତା ମାତାଙ୍କର ' ମୁଖେ ବ୍ୟକ୍ତ ବାଣୀ

ଥିଲା ଯା' ପ୍ରଭୁ ଉଦ୍ଦେଶ୍ୟରେ 

      ଶ୍ରୀରାମ

ଜୟ ଜୟ ' ପ୍ରଭୁ ଶ୍ରୀରାମ '

ରାମାୟଣ କଥା ' ପବିତ୍ର ସେ ଗାଥା

ଚିନ୍ତନ ବିଧେୟ ଶ୍ରୀରାମ...,(୧୩)



Rate this content
Log in

Similar oriya poem from Abstract