STORYMIRROR

Bidyadhar Mantry

Abstract Drama Classics

4  

Bidyadhar Mantry

Abstract Drama Classics

ବିଷ୍ଣୁ ବାହନ ଗରୁଡ଼

ବିଷ୍ଣୁ ବାହନ ଗରୁଡ଼

2 mins
71


ଭଗବାନ ବିଷ୍ଣୁଙ୍କ ବାହନ ରୂପେ

ଗରୁଡ଼ ର ପରିଚୟ

ପ୍ରତି ବିଷ୍ଣୁ ମନ୍ଦିର ସମ୍ମୁଖ ଦେଶେ

ସ୍ଥାପିତ ହୁଏ ନିଶ୍ଚୟ

ଶାସ୍ତ୍ର ଆଧାରିତ ତଥ୍ୟ ରହିଅଛି

ଗରୁଡ଼ଙ୍କ ବିଷୟରେ

ସତ୍ୟ ଯୁଗରୁ ହିଁ ଗରୁଡ଼ ସେବକ

ବିଷ୍ଣୁଙ୍କ ପାଦ ପଦ୍ମରେ


କଦ୍ରୁ ଓ ବନିତା ନାମ୍ନୀ କନ୍ୟା ଥିଲେ

ଦକ୍ଷ ପ୍ରଜାପତିଙ୍କର

ମହର୍ଷି କଶ୍ୟପଙ୍କ ସହ ବିବାହ 

ସେହି ଦୁଇ କନ୍ୟାଙ୍କର 

ସ୍ବାମୀ ଠାରୁ ବର ପ୍ରାପ୍ତି ବଳେ କଦ୍ରୁ 

ଜନ୍ମ ଦେଲେ ନାଗ ପୁତ୍ର

ନାଗ ପୁତ୍ର ଠାରୁ ବେଶି ବଳଶାଳୀ

ବନିତାଙ୍କ ଠାରୁ ଜାତ 

ଅପରିପକ୍ବ ଅଣ୍ଡାରୁ ଅରୁଣଙ୍କ 

ଜନ୍ମ ହେବା କଥା ଜାଣି

ମାତାଙ୍କୁ ହିଁ ଶାପ ଦେଲେ ସେ ଅରୁଣ

ମାତା ଦାସୀ ହେଲେ ପୁଣି

ନିଜ ସଉତୁଣୀ କଦ୍ରୁଙ୍କର ଦାସୀ

ଭାବେ ବନିତା ରହିଲେ

କ୍ରମେ ସୂର୍ଯ୍ୟ ଦେବଙ୍କ ସାରଥୀ ରୂପେ

ଅରୁଣ ନିଯୁକ୍ତି ହେଲେ


ଗରୁଡ଼ଙ୍କ ଜନ୍ମ ହେଲା କାଳ କ୍ରମେ

ସର୍ପଙ୍କ ବିନାଶକାରୀ 

ପୁଣି ଆପେ ହେଲେ ବିଷ୍ଣୁଙ୍କର ଭକ୍ତ 

ଭବ୍ୟ ବିଷ୍ଣୁ ସେବାକାରୀ

ସର୍ପଙ୍କୁ ବିନାଶ ସହିତ ମାତାଙ୍କୁ

ଦାସତ୍ୱରୁ ଦେଲେ ମୁକ୍ତି

ଦେବତାମାନଙ୍କୁ ପରାଜିତ କରି

ଅମୃତ କଳସ ପ୍ରାପ୍ତି

ସ୍ୱୟଂ ବିଷ୍ଣୁ ଆପେ ଯାଚି ଦେଲେ ବର 

ଭକ୍ତ ଗରୁଡଙ୍କ ପ୍ରତି

ଶ୍ରୀଚରଣେ ସେବା ପାଇଁ ଚିରଦିନ

ଗରୁଡଙ୍କ ଥିଲା ଉକ୍ତି

ଅହୋଭାଗ୍ୟ ଲଭି ଗରୁଡ଼ ସନ୍ତୋଷ

ବିଷ୍ଣୁଙ୍କ ତଥାସ୍ତୁ ଧାରେ

ଯୁଗ ଯୁଗ ଧରି ସେବା ଉଦ୍ଦେଶ୍ୟରେ

ସ୍ଥିତ ପ୍ରଭୁ ସମ୍ମୁଖରେ


ଅଛି ମହାଭାରତ ବର୍ଣ୍ଣିତ ତଥ୍ୟ 

ଗରୁଡ ନାମ ସହିତ

ଶ୍ରୀକୃଷ୍ଣଙ୍କ ନନ୍ଦିଘୋଷ ପତାକା ରେ

ଗରୁଡ ଚିହ୍ନ ସ୍ଥାନିତ

ଦ୍ରୋଣାଚାର୍ଯ୍ୟ ନିଜ ସେନା ବାହିନୀକୁ

ଗରୁଡ ସେନା ନାମରେ

ନାମିତ କରିଥିବାର ବି ଦୃଷ୍ଟାନ୍ତ

ଅଛି ମହାଭାରତରେ

ଜଗନ୍ନାଥଙ୍କ ନନ୍ଦିଘୋଷ ପତାକା

ଗରୁଡ ଚିତ୍ର ସହିତ

ରଥ ଯାତ୍ରା ବେଳେ ଥାଏ ପତାକା ରେ

ବାହନ ଭାବେ ବିଦିତ


ଯୁଗେ ଯୁଗେ ଶ୍ରୀବିଷ୍ଣୁଙ୍କର ବାହନ 

ଗରୁଡ ହିଁ ସ୍ଥିରୀକୃତ

ସ୍ଵୟଂ ବିଷ୍ଣୁ ଜଗନ୍ନାଥ ରୂପେ ବିଜେ

ଗରୁଡ ସ୍ତମ୍ବ ରେ ସ୍ଥାନିତ

ଜଗମୋହନ ର ପୂର୍ବ ପାର୍ଶ୍ଵେ ସ୍ଥିତ

ଗୋଟିଏ ସ୍ତମ୍ବ ଉପରେ

ଯୋଡ଼ ହସ୍ତେ ଗରୁଡ ହିଁ ଉପବିଷ୍ଟ

ସେହି ସ୍ତମ୍ବ ଉପରେ

ଗରୁଡ ସ୍ତମ୍ବ ନାମରେ ପରିଚିତ

ଭକ୍ତ ଜନ ହୃଦୟରେ

ଜଣା ଯାଏ ଗରୁଡ ଙ୍କ ଚକ୍ଷୁ ଦ୍ବୟ

ଅପଲକ ନୟନରେ

ଗରୁଡ ସ୍ତମ୍ବ ଓ ରତ୍ନ ସିଂହାସନ

ମଧ୍ୟେ ଅଛି ସମାନତା

ଗରୁଡ ପଛରେ ଦର୍ଶନ କରିଲେ

ଉଚ୍ଚତାରେ ହିଁ ସମ୍ୟତା 


ପ୍ରେମାବତାର ଶ୍ରୀଚୈତନ୍ୟ ଶ୍ରୀକ୍ଷେତ୍ରେ

ଅବସ୍ଥାନ ସମୟରେ

ଶ୍ରୀଜଗନ୍ନାଥଙ୍କୁ ନିତ୍ୟ ଦରଶନ

ରହି ଗରୁଡ ପଛରେ

ତ୍ରେତୟାରେ ଗରୁଡଙ୍କ ମହା-ମୋହ

ମୁକ୍ତି ବେଳେ ନାଗ ଫାଶ

ମୋହ ଭଙ୍ଗ ଶେଷ ଆଶା ସହ ଗଲେ

କାଳ ଭୂଷଣ୍ଡଙ୍କ ପାଶ

ଶ୍ରୀରାମ ଚରିତା-ବଳୀ ଶୁଣି ହେଲା

ମୋହ ଭଙ୍ଗ ଯେଉଁ ଠାରେ

ଏହି ସେହି ନୀଳାଚଳ ଶ୍ରୀ କ୍ଷେତ୍ରରେ

ମୋହ ଭଙ୍ଗ ଏହି ଠାରେ

କାଳ ଭୁଷଣ୍ଡ ଓ ଗରୁଡ ଅଛନ୍ତି

ମୋହ ଭଙ୍ଗ ଶ୍ରୀକ୍ଷେତ୍ରରେ

ପରମ ପାବନ କ୍ଷେତ୍ର ହିଁ ଶ୍ରୀକ୍ଷେତ୍ର

କଳି-କଳୁଷ କାଳରେ

ନିତି ଗରୁଡ ଙ୍କୁ କରାଯାଏ ସ୍ନାନ

ବିଧି ବିଧାନେ ମାଜଣା

ପତିତପାବନ ବାନା ର ସ୍ଥିତିକୁ

କରାଯାଏ ବିବେଚନା

ନିତ୍ୟ ଏହି ଦୁଇ କାର୍ଯ୍ୟ ଯେବେ

ହୋଇଥାଏ ସମାପନ

ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଶଯ୍ୟା ତ୍ୟାଗ ପାଇଁ

କରାଯାଏ ଆବାହନ


ଗରୁଡ଼ଙ୍କୁ ସ୍ନାନ ଉପରାନ୍ତ ଜଳ

ପାନ କଲେ ବିଶ୍ୱାସରେ

ବିଶ୍ୱାସ ରହିଛି ରୋଗ ଉପଶମ

ହୁଏ ପ୍ରଭୁଙ୍କ କୃପାରେ 

ଅମାବାସ୍ୟା ଆଉ ସଂକ୍ରାନ୍ତି ସହିତ

ଶନି ମଙ୍ଗଳ ବାର ରେ

ଗରୁଡ଼ଙ୍କୁ ସ୍ନାନ କରାଯିବା ଜଳ

ଭକ୍ତ ପିଏ ବିଶ୍ୱାସରେ


ଜଗମୋହନ ମଧ୍ୟ ସ୍ଥଳରେ ଅଛି

ଚନ୍ଦନ ଅର୍ଗଳୀ ନାମେ

ପ୍ରଭୁ ନାମା ବଳୀ ପାଠ କରି ଭକ୍ତ

ଅଳି ସହିତ ପ୍ରଣମେ

ଧନ୍ୟ ହେ ଗରୁଡ କରୁଛ ଦର୍ଶନ

ଅପଲକ ନୟନରେ

କଳି-କାଳ ଭକ୍ତ କର ହେ ଦର୍ଶନ

ରହି ଗରୁଡ ପଛରେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract