STORYMIRROR

Bidyadhar Mantry

Abstract Drama Classics

4  

Bidyadhar Mantry

Abstract Drama Classics

ରାଧେୟ 

ରାଧେୟ 

1 min
237


କେ କହେ କୌନ୍ତେୟ,କେ କହେ ରାଧେୟ 
ଦୁଇ ମାତାଙ୍କ ନାମରେ
ଦେବକୀ ଯଶୋଦା ପରାୟ ସେ ଦୁହେଁ
ଜନ୍ମ ଓ ପାଳନ ଧାରେ
ୠଷି ଦତ୍ତ ମନ୍ତ୍ର ସିଦ୍ଧ ନା ଅସିଦ୍ଧ 
ଜିଜ୍ଞାସା ଥିଲା ହୃଦରେ
ଚପଳାମି ପୁଣି କୁମାରୀ ବୟସେ 
କୁନ୍ତୀଙ୍କ ତନ ମନରେ
ମନ୍ତ୍ରର ମହିମା ବଳେ ସୂର୍ଯ୍ୟ ଦେବ
ଆକର୍ଷିତ ହେବା ପରେ
କ୍ରମେ ଏକ ପୁତ୍ର ପ୍ରାପ୍ତିର ସୌଭାଗ୍ୟ
କୁନ୍ତୀ ଲଭିଲେ ଅଚିରେ
କର୍ଣ୍ଣ ନାମ୍ନୀ ନବ ଜାତ ସନ୍ତାନକୁ
ଲୋକ ଲଜ୍ଜ୍ୟା ଭୟ,ଡରେ 
ମାତା କୁନ୍ତୀ କିନ୍ତୁ ଭସାଇଲେ ଜଳେ
ରଖି ଟୋକେଇ ଭିତରେ

ନିଃସନ୍ତାନ ଅଧିରଥ ସେ ସାରଥୀ
ଯେବେ ଥିଲେ ସ୍ନାନେ ରତ 
କ୍ରମେ ପ୍ରାପ୍ତ ହେଲେ ସେ ଟୋକେଇ ଯହିଁ
ଥିଲା କର୍ଣ୍ଣ,ନବ ଜାତ
ଅଧିରାଥ ପତ୍ନୀ ରାଧା କୋଳେ କର୍ଣ୍ଣ 
ଲଭିଲା ମାତୃତ୍ଵ ସ୍ନେହ
କ୍ରମେ କୁନ୍ତୀ ଗର୍ଭୁ ଜନ୍ମ କଥା ସହ
ପରିଚୟ ବି ରାଧେୟ 

ପରବର୍ତ୍ତୀ ଜୀବନରେ ପରିଚୟ
କୌନ୍ତେୟ ପୁଣି ରାଧେୟ 
ରାଧେୟ ନାମରେ ସ୍ବୟଂ କର୍ଣ୍ଣ ମୁଖେ
ଦେଇଛନ୍ତି ପରିଚୟ
ସୂତ ପୁତ୍ର ଭାବେ ଅନେକ କ୍ଷେତ୍ରରେ
ଲଭିଥିଲେ ଅପମାନ
ଦ୍ରୌପଦୀଙ୍କ ସ୍ୱୟମ୍ବର ସଭା ଥିଲା
ଜ୍ୱଳନ୍ତ ଉଦାହରଣ
ଯୁଦ୍ଧ ବିଦ୍ୟା ଶିକ୍ଷା ନିପୁଣତା ଲଭି 
ଗୁରୁ ପର୍ଶୁରାମ ଠାରୁ
ଦୁର୍ଯ୍ୟୋଧନ ସହ ମିତ୍ରତା ସହିତ
ଯୋଦ୍ଧା କୌରବ ପକ୍ଷରୁ
ମହା-ଦାନୀ କର୍ଣ୍ଣ ଭାବେ ଥିଲା ପୁଣି 
ନୂଆ ଏକ ପରିଚୟ
କୌରବ ପକ୍ଷରୁ ଅଙ୍ଗ ରାଜ୍ୟ ପ୍ରାପ୍ତ
ରାଜା ଥିଲେ ସେ ରାଧେୟ 

ଶାପ ଅଭିଶାପ ପୁଣି ଷଡ଼ଯନ୍ତ୍ର
କବଳରେ ସେ ରାଧେୟ 
ଦାନ ଦେଲେ ନିଜ କବଚ କୁଣ୍ଡଳ
ଅବଶ୍ୟ ଥିଲା ବିଧେୟ
ପାଣ୍ଡବ କୌରବ ମଧ୍ୟେ ଧର୍ମ ଯୁଦ୍ଧ 
ମହାଭାରତ ଯଦିଓ
ଶ୍ରୀକୃଷ୍ଣ ସାରଥୀ ଅର୍ଜୁନ ରଥରେ
ଜ୍ଞାତ ଥିଲେ ସେ ରାଧେୟ 
ଜୀବନର ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ
ଧର୍ମ ପଥ ଅନୁସରି 
କର୍ଣ୍ଣ ନାମ ସହ କୌନ୍ତେୟ ରାଧେୟ 
ମହା-ଦାନୀ ସର୍ବୋପରି








ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract