STORYMIRROR

Bidyadhar Mantry

Abstract Classics Inspirational

3  

Bidyadhar Mantry

Abstract Classics Inspirational

ହେଁସରେ ଦୁଇ ମୁତୁରୀ

ହେଁସରେ ଦୁଇ ମୁତୁରୀ

1 min
203


ସମ-ପ୍ରକୃତିର ବ୍ୟକ୍ତି ବିଶେଷଙ୍କ 
ଚିନ୍ତାଧାରା ପ୍ରାୟ ଭିନ୍ନ
ନିଜ ଦୋଷ ତ୍ରୁଟି ସଂଶୋଧନ ଅର୍ଥେ
ଚିତ୍ତେ କୁଣ୍ଠିତ ଲକ୍ଷଣ
ସ୍ବାଭାବିକ ଭାବେ ସମ ଗୁଣ ପ୍ରତି
ଥାଏ ରୁଚି ବା ଆଗ୍ରହ 
କୁକର୍ମରେ ଲିପ୍ତ ଥିବା ବ୍ୟକ୍ତି ପ୍ରତି
କୁକର୍ମୀ ର ଭାବ ସ୍ନେହ
ଦୋଷ ଅପରାଧ କାର୍ଯ୍ୟକଳାପରେ 
ଲିପ୍ତ ରହୁଥିବା ବ୍ୟକ୍ତି
ଗୋଟିଏ ପକ୍ଷୀର ପର ସଦୃଶରେ 
ଦୋଷୀ ସହିତ ସମ୍ପୃକ୍ତି 
ସମାନ ଜାତିର ପକ୍ଷୀ ଦଳ ବାନ୍ଧି
ଏକତ୍ର ରହିବା ପରି
ସମଭାବାପନ୍ନ ବ୍ୟକ୍ତି ବିଶେଷଙ୍କ
ସମ୍ପର୍କ ବି ସେହିପରି

ଯାତ୍ରା ମଞ୍ଚ ପରେ ଅଶ୍ଳୀଳ ନୃତ୍ୟର
ଧାରା କ୍ରମେ ସେହି ପରି 
ଅନ୍ୟ ନୃତ୍ୟାଙ୍ଗନା ଆଗେଇ ଆସୁଛି
ଅଶ୍ଳୀଳତା ଅନୁସରି 
ରାଜନୀତି ଅବା ପ୍ରଶାସନ କ୍ଷେତ୍ରେ
ଦୁର୍ନୀତି ବି କ୍ରମାଗତ
ସପକ୍ଷ ବିପକ୍ଷ କ୍ରମେ କୋଳା-କୋଳି 
ଭ୍ରଷ୍ଟାଚାର ତ୍ୱରାନ୍ୱିତ 
ଏକ ଜାତି ଏକ ବର୍ଣ୍ଣ ପକ୍ଷୀ ଦଳ 
ଏକତ୍ର ରହିବା ପରି
ଦୁର୍ନୀତିରେ ଲିପ୍ତ ବ୍ୟକ୍ତି ବିଶେଷଙ୍କ
ବନ୍ଧୁତା ଭାବ ସେପରି
ବିପକ୍ଷ ଦଳର ବିପୁଳ ବିଜୟେ 
ଶାସକ ଆସନେ ବସି 
ପୂର୍ବ ଶାସକଙ୍କୁ କହନ୍ତି ବୁଝାଇ
ପୂର୍ବ ଧାରା ନୂଆ ଖୁସି

ସତେ ଅବା ପରମ୍ପରା ଆଧାରିତ 
କ୍ରମଶଃ ଧାରାବାହିକ
ଦୁର୍ନୀତିକାରୀଙ୍କ ରାଜୁତି ବଳରେ
ଦୁର୍ନୀତି ପ୍ରାୟ ବ୍ୟାପକ
ଗୋଟିଏ ହେଁସରେ ଦୁଇଟି ମୁତୁରୀ
ମୁତିବା ଗୁଣ ତାଙ୍କର 
ହେଁସ ଧୋଇବାକୁ କିଏ ବା କିମ୍ପାଇଁ 
ଆପେ ହୋଇବ ତତ୍ପର!!

ହେଁସ ନ ଧୋଇଲେ ଦୁର୍ଗନ୍ଧ ହିଁ ହେବ
ଜାଣିବା ହେଉ ମୁତୁରୀ 
ପୁଣି ଥରେ ଯଦି ଶୋଇବାକୁ ହୁଏ
ଦୁର୍ଗନ୍ଧ ହିଁ ସର୍ବୋପରି
ମୂତ୍ର ପରାୟ ସେ ଦୁର୍ନୀତି ବ୍ୟାପକ
ଅନୁମେୟ ସହଜରେ 
ସୁସ୍ଥ ପରିବେଶ,ସୁସ୍ଥ ପ୍ରଶାସନ
ରହୁ ସମାଜ ହିତରେ













Rate this content
Log in

Similar oriya poem from Abstract