Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lata Behera

Abstract

4  

Lata Behera

Abstract

ନାୟିକା

ନାୟିକା

1 min
388



ଭଲ ପାଏ ତୋତେ ହୃଦୟରୁ ମୋର

      ଭୁଲି ମୁଁ ପାରୁନି ସାଥି 

ଯୁଆଡେ ଗଲେ ବି ତୋହରି ଚେହେରା

     ନାଚୁ ଥାଏ ମୋର ଆଖି ।


ମନକୁ ମୋହର ଚୋରି କରି ନେଲୁ 

     ତୋତେରେ ଖୋଜୁଛି ମୁଁ 

ହୃଦୟରୁ ତୋତେ ପାଉଅଛି ଭଲ

     କୋଉଠି ଅଛୁରେ ତୁ ।


ତୋ ବିନା ଭଲ ଲାଗୁନିରେ କିଛି

ନିଜଠୁ ବେଶୀ ମୁଁ ତୋତେରେ ଚାହୁଁଛି

      ତୁ ମୋ ମନ ନାୟିକା

 ସାଜିଲୁ ମୋର ପ୍ରେମିକା ।


ମେଘ ଆସିଗଲେ ମନେ ପଡୁ ବେଶୀ

      ବରଷାରେ ଭିଜୁ ଥିଲେ

କାଗଜର ଡଙ୍ଗା ତିଆରି କରିଣ

      ପାଣିରେ ଭସାଉ ଥିଲେ ।


ଉଡାଉଣ ଥିଲେ ଆକାଶରେ ଗୁଡି

     ନଟେଇ ହାତରେ ଧରି

ଫଗୁଣରେ ଫଗୁ ହୋଲି ଖେଳୁଥିଲେ

       ରଙ୍ଗ ପିଚିକାରୀ ମାରି ।


ପବନ ସାଥିରେ ତୋ କାନି ଉଡେରେ

ଧରିବାକୁ ଯେବେ ବଢାଏ ହାତରେ

       ଧାଇଁ ଲୁଚୁ ଥିଲୁ ଏକା

ସାଜି ମୋ ମନ ନାୟିକା ।


ଚାନ୍ଦିନୀ ରାତିରେ ଜହ୍ନ ଜୋଛନାରେ 

      ରାତି ଆମ ବିତୁ ଥାଏ

ବାଲୁକା ଶଯ୍ୟାରେ ଘର ତୋଳି ଦେଇ

    ତୋ କୋଳରେ ଶୋଇ ଯାଏ ।


ଆଖି ଟିକେ ଯେବେ ଲାଗି ଯାଏ ମୋର

     ଚମକି ମୁଁ ଉଠି ଯାଏ 

ତୋତେ ଦେଖି ଦେଲେ ସବୁ ଭୁଲି ପ୍ରିୟା

     ତୋ ପ୍ରେମେ ପାଗଳ ହୁଏ ।


ଚୋରା ଚୋରା ତୋର ଆଖିର ଚାହାଣୀ

ଗଢି ଥିଲା ପ୍ରିୟା ମୋ ପ୍ରେମ କାହାଣୀ 

     କାହିଁକି ଦେଲୁ ତୁ ଧୋକା

ସାଜିରେ ମୋର ନାୟିକା ।


ରୁଣୁଝୁଣୁ ବାଜେ ତୋ ହାତର ଚୁଡି

       ମନ ମୋ ହଜେଇ ଦିଏ

କାନର ଝୁମୁକା କରେ ଆନମନା

      ନିଦ ମୋ ଚୋରାଇ ନିଏ ।


ଛମ୍ ଛମ୍ ତୋର ପାଉଁଜିର ସୁର

      ଟାଣି ନିଏ ପାଖେ ତୋର

ଜାଣି ମୁଁ ପାରେନି କେମିତି କେଜାଣି 

      ବିତି ଯାଏ ଦିନ ମୋର ।


ତୋ ଠାରୁ ଦୂରେଇ ରହି ମୁଁ ପାରୁନି

ସତ କହେ ପ୍ରିୟା ବଞ୍ଚି ପାରିବିନି

ଲାଗେ ଭାରି ଆଜି ଏକା

ତୁ ମୋ ମନ ନାୟିକା ।

କଥାରୁ ତୋହର ଝରୁଥାଏ ମହୁ

      ଦୁଃଖ ମୋ ଭୁଲାଇ ଦିଏ

ଜୀବନ ଯନ୍ତ୍ରଣା ହଜେ ଆଖି ଯେବେ

      ତୋ ଆଖିରେ ମିଶି ଯାଏ ।


ଭାରି ଭଲ ଲାଗେ ତୋ ଫୁଲ ଗଜରା

      ତୋ ଓଠର ମିଠା ହସ

ଅସୁମାରୀ ସ୍ୱପ୍ନ ଜୀବନେ ଆଣିଣ 

       ମନେ ଭରୁ ଅବଶୋଷ ।


କାହିଁକି ସାଥିରେ ମୋ ସାଥେ ଖେଳୁଛୁ

ମୋତେରେ ଜଳେଇ କି ଲାଭ ପାଉଛୁ

 ଅଛୁ ହୃଦୟ ଇଲାକା

ତୁ ମୋ ମନ ନାୟିକା ।


Rate this content
Log in

Similar oriya poem from Abstract