STORYMIRROR

Ashisa Kumar Das

Abstract Others

4  

Ashisa Kumar Das

Abstract Others

ଭାରତବାସୀ

ଭାରତବାସୀ

1 min
210

ଅମେରେ ଭାଇ ଭାରତ ବାସୀ 

ଅହିଂସା ଆମ ଧର୍ମ

ସବୁରେ ଭାଇ ଏକାଠି ରହୁ

ହେଲେ ବି ଜାତି ଭିନ୍ନ।

ଚାଲି ଚଳନ ଭିନ୍ନ ସବୁରି

ପୋଷାକ ପୁଣି ଭିନ୍ନ

ଖାଦ୍ୟ ପେୟର ଭିନ୍ନ ସବୁରି

ଏକତା ଆମ ଧର୍ମ ।

ଅଞ୍ଚଳ ଭେଦେ ଭାଷା ଅଲଗା

ତଥାପି ବୁଝୁ ମନ

ଯାନି ଯାତରା ଏକାଠି ପାଳୁ

ଭାତୃତ୍ୱ ଆମ ଧନ।

ପଡ଼ିଲେ ଦଶା ନ ଉଡେ ହସା

ହାତକୁ ହାତ ଧରି

ବିପଦ ସବୁ ପାରି କରଉ

ଯାଉନା କେବେ ଡେରି ।

ଭାରତବାସୀ ଭାରି ସାହସୀ

ଜଗତେ ହେଉ ଗଣା

ଜ୍ଞାନ ବିଜ୍ଞାନେ ଉନ୍ନତ ଆମେ

କୋଥିରେ ନାହୁଁ ଉଣା।


  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract