Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ashisa Kumar Das

Abstract Tragedy Inspirational

3  

Ashisa Kumar Das

Abstract Tragedy Inspirational

ଏମିତି କାହିଁକି ହୁଏ ?

ଏମିତି କାହିଁକି ହୁଏ ?

1 min
154



ପଥର ଯେବେ ମନ୍ଦିର ଯାଏ

ଦେବତା ହୋଇ ପୂଜା ସେ ପାଏ

ମଣିଷ ନୀତି ମନ୍ଦିର ଯାଏ

ନିଜ ସ୍ୱାର୍ଥ ପାଇଁ କାହିଁ ପଥର ହୁଏ

ଏମିତି କାହିଁକି ହୁଏ ?

ନାରୀଟିଏ ଯେବେ ମା ହୁଏ

ତାର ସୁନ୍ଦରତା କୁ ସେ ଭୁଲି ଯାଏ

ସୁନ୍ଦରତା ରେ ବସ ସନ୍ତାନ

ଦିନେ ମାଆ କୁ ହିଁ ଦୂରେଇ ଦିଏ

ଏମିତି କାହିଁକି ହୁଏ ?

ଛୁଆ ବଡ଼ ହେବା ପାଇଁ ଗାଁର 

ପାଣି ପବନ ମାଟି ସ୍କୁଲ ର ସାହାରା ନିଏ

ବଡ଼ ହେଲା ପରେ ରୋଜଗାର ପାଇଁ

ସେ ଗାଁ ଠାରୁ କାହିଁ ଦୂରେଇ ଯାଏ

ଏମିତି କାହିଁକି ହୁଏ ?

ଛୋଟ ଥିଲାବେଳେ ପୁଅ ବାପ କାନ୍ଧରେ ଯାଏ 

ବାପା ବାପା କହି ନିଦ ହଜାଇ ଦିଏ

ପୁଅର ଯେବେ ରୋଜଗାରିଆ ହୁଏ

ବାପା ସେତେବଳେ ସାହାରା ହରେଇ ଥାଏ

ଏମିତି କାହିଁକି ହୁଏ ?

ଦୃଷ୍ଟିହୀନ ଯେବେ ଚଳନ କରଇ

 ଆଶ୍ରା ବାଡ଼ି ଧରି ଥାଏ

ଜ୍ୟୋତି ସେ ପାଇଲେ ନୟନ ଯୁଗଳେ

ବାଡ଼ିକୁ ଫୋପାଡ଼ି ଦିଏ

ଏମିତି କାହିଁକି ହୁଏ ?

ଦୋଷ ନ ଥାଇ ବି ଦୋଷୀ ହେବା ପାଇଁ

ପରିସ୍ଥିତି ଦାଉ ଦିଏ

ମଣିଷ ବୁଝେନା ଦୀପ ର କି ଦୋଷ

ସଲିତା ଘିଅ ଯେ କିଏ 

ଏମିତି କାହିଁକି ହୁଏ ?

ଅଜଣା ବାଟରେ ଆଗନ୍ତୁକ ଆସି

ଶେଷ ଯାଏଁ ସାଥୀ ହୁଏ

କଥା ଦେଇଥିବା ସାଥୀ ଟିଏ କାହିଁ

ଅଧା ବାଟେ ଛାଡ଼ି ଯାଏ

ଏମିତି କାହିଁକି ହୁଏ ?

ସୁରୁଜ ବୁଡ଼ିଲେ ଦିଗ ବଳୟରେ

ପକ୍ଷୀ ଫେରି ଆସିଥାଏ 

ରାଗ ଋଷା ଭରା ମଣିଷର ମନ

ବାଟ ନ ପାଉଛି ହାଏ

ବାଟ ନ ପାଉଛି ହାଏ

ଏମିତି କାହିଁକି ହୁଏ ?


Rate this content
Log in

Similar oriya poem from Abstract