STORYMIRROR

Ashisa Kumar Das

Abstract Others

4  

Ashisa Kumar Das

Abstract Others

ସାକ୍ଷରତା

ସାକ୍ଷରତା

1 min
396


ଆସ ହେ ଆସ ଭଉଣୀ ଭାଇ (୨)

   ହୋଇବା ଏକ ମନ

ସଫଳ ଆମେ, ମିଶି କରିବା

   ସାକ୍ଷରତା ଅଭିଯାନ ।। .....(2)

ଓଡ଼ିଶା ମାଟିର ଟେକ ରଖିବା 

ଆମେ ଯେ ସାକ୍ଷର ଦେଖାଇ ଦେବା 

ରଖିବା ଏ ଜାତି ମାନ......(୨)

ଆସ ହେ ............. ସାକ୍ଷରତା ଅଭିଯାନ ।


ଏ ମାଟି ଗରବ, ତା'ର ଗଉରବ

   ରଖି ଯିବା ଆମେ ଭାଇ

 ସାକ୍ଷାର ହୋଇ ତା ' ନା ' ରଖିଯିବା

 ନିରକ୍ଷରତା ଦୂରେଇ ।।(୨)

ଏ ମାଟି ମାଆର ଟେକ ରଖିବା ......(୨)

ଏ ଜାତିର ସ୍ୱାଭିମାନ .......(୨)

ଆସ ହେ ............. ସାକ୍ଷରତା ଅଭିଯାନ ।


ବୟସର ନାହିଁ ପ୍ରତିବନ୍ଧ ଏଠି

    ଶିକ୍ଷା ଆମ ଅଧିକାର

ପଢ଼ିବା,ଲେଖିବା ଆଗକୁ ବଢିବା

  ଡାକ ଓଡ଼ିଆ ଜାତିର ।।(୨)

ଲାଜ ଛାଡ଼ି ଆମେ ଆଗେଇ ଯିବା........(୨)

ରଖିବା ଶିକ୍ଷାର ମାନ.......................(୨)

ଆସ ହେ ............. ସାକ୍ଷରତା ଅଭିଯାନ ।


ସ୍ୱାକ୍ଷର ଓଡ଼ିଶା ସୁନ୍ଦର ଓଡ଼ିଶା 

    ଗଢ଼ିତୋଳି ଦେବା ଆମେ

ଅଜ୍ଞାନ ଅନ୍ଧାର ଦୂର ଯେ ହୋଇବ 

  ଆପଣାଇ ନେବା କର୍ମେ ।।(୨)

ମନୋବଳ ଆମ ଦୃଢ଼ ଯେ ହୋଇବ ........(୨)

ସୁନ୍ଦର ହେବ ଜୀବନ ...........(୨)

ଆସ ହେ ............. ସାକ୍ଷରତା ଅଭିଯାନ ।।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract