ଏକା ଏକା
ଏକା ଏକା
ଅନ୍ଧାରରେ ଯେବେ ଚାଲିଲି ସଖୀ ଗୋ
ଆଲୁଅର ହେଲା ଲୋଡା
ତୁମେ ଗଲାପରେ ଜାଣିଲି ସଖୀ ଗୋ
ପ୍ରେମର ପାଖୁଡ଼ା ଯୋଡ଼ା ।
ଏକାକୀ ଜୀବନେ ବୁଝିଲି ପ୍ରିୟା ଗୋ
ପୀରତିର ମୂଲ କେତେ
ସମୟ ସାଥିରେ ଜୀବନ ପଥରେ
ବଞ୍ଚିବାର କଷ୍ଟ ଯେତେ ।
ବରଷାରେ ଯେବେ ଭିଜିଲି ସାଥୀ ଗୋ
ଲୋଡା ହେଲା ଆଶ୍ରୟର
ଦୁଃଖର ସାଗରେ ଭିଜିଲି ଯେବେ ମୁଁ
ଆଶ୍ରା ହେଲି ପୀରତିର।
କାନ୍ଦିବାର ବେଳେ ଜାଣିଲି ସଖୀ ଗୋ
ହସିବାର ମାଦକତା
ଏକାକୀ ଜୀବନେ ବୁଝି ମୁଁ ପାରିଲି
ନିଃସଙ୍ଗର ଗଭୀରତା ।
ପାଖେ ଥିଲ ସଖୀ ବୁଝି ନ ପାରିଲି
ଭଲ ପାଇବାର ମଜା
କାହିଁକି କେଜାଣି ଜାଣି ମୁଁ ପାରେନି
ଭୋଗୁଛି ଏବେ ମୁଁ ସଜା ।