STORYMIRROR

Ashisa Kumar Das

Inspirational

3  

Ashisa Kumar Das

Inspirational

ବିଧ୍ଗଦ୍ ଅବତାର

ବିଧ୍ଗଦ୍ ଅବତାର

1 min
132

ବ୍ରହ୍ମାଣ୍ଡ ଗୋସାଇଁ ଅହେ ଜଗନ୍ନାଥ

ବଡ଼ ଦେଉଳରେ ଅଛ

ବଡ ଆଖିରେ ହେ ସବୁତ ଦେଖୁଛ

ବିଧ୍ଗଦ୍ ମୂର୍ତ୍ତି ସାଜିଛ ।


ଜଳନ୍ଧର ବଦ୍ଧେ ସତୀ ତୁଳସୀକୁ  

କଥା ତୁମେ ଦେଇଥିଲ

କଳିଯୁଗେ ପ୍ରଭୁ ମଥାରେ ତୁଳସୀ 

କଥାକୁ ତୁମେ ରଖିଲ ।


ଗଜ ଉଦ୍ଧାରଣେ ଶୁଣିକରି ଡାକ

କରିଲ ମଗର ବଦ୍ଧ

ସେଥିପାଇଁ ପ୍ରଭୁ କାନ ନାହିଁ ତୁମ

ଶୁଣ ନାହିଁ କାହା ଶବ୍ଦ ।


ଆଖି ଠାର ଯୋଗୁଁ ଦୁର୍ଯ୍ୟୋଧନ ବଧ

କରିଥିଲେ ଭୀମସେନ

କଳିଯୁଗେ ପ୍ରଭୁ ପତା ନାହିଁ ତୁମ

ଖୋଲିଛ ବଡ଼ ନୟନ ।


ବାଳୀ ବଧ ବେଳେ ଧନୁଶର ଧରି

ମାରିଥିଲ ତୁମେ ତୀର 

କଥା ଦେଇଥିଲ ବାଳୀକୁ ହେ ତୁମେ

କଳିଯୁଗେ ନାହିଁ କର ।


ଭୃଗୁ ମହାଋଷି ମାରିଲେ ଗୋଇଠୀ

ପାଦକୁ ଆଉଁସି ଦେଲ 

ବଜ୍ରାଘାତ ପାଇ ପାଦ କଷ୍ଟ ହେଲା 

ଛାତି ତୁମ ନ ରଖିଲ ।


ବଳି କୁ ଚାପିଲ ପାଦ ତଳେ ପ୍ରଭୁ

କରିଥିଲେ କେତେ ପୁଣ୍ୟ

ହେ ବିଶ୍ଵ ଠାକୁର କି ଲୀଳା ତୁମର

କଳିଯୁଗେ ପାଦ ଶୂନ୍ୟ ।


ଗଛ ଆଢ଼ୁଆଳେ ଥିଲ ବୋଲି ପ୍ରଭୁ

ଗଛର ସର୍ବାଙ୍ଗ ପିତା

ଶାପ ତ୍ରାହି ପାଇଁ ଦାରୁବ୍ରହ୍ମ ହୋଇ

ବଢ଼ାଇଲ ନିମ ସତା ।


ଶାନ୍ତ ନିରାକାର ମୂରତି ହେ ତୁମେ

ପ୍ରେମର ଭକ୍ତି ଭଣ୍ଡାର

ହୃଦୟରୁ ଥରେ ଚିନ୍ତନ କରିଲେ

ଦୁଃଖ କଷ୍ଟ ଦୂରକର...

ଦୁଃଖ କଷ୍ଟ ଦୂରକର...

ଦୁଃଖ କଷ୍ଟ ଦୂରକର...



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational