ବିଧ୍ଗଦ୍ ଅବତାର
ବିଧ୍ଗଦ୍ ଅବତାର
ବ୍ରହ୍ମାଣ୍ଡ ଗୋସାଇଁ ଅହେ ଜଗନ୍ନାଥ
ବଡ଼ ଦେଉଳରେ ଅଛ
ବଡ ଆଖିରେ ହେ ସବୁତ ଦେଖୁଛ
ବିଧ୍ଗଦ୍ ମୂର୍ତ୍ତି ସାଜିଛ ।
ଜଳନ୍ଧର ବଦ୍ଧେ ସତୀ ତୁଳସୀକୁ
କଥା ତୁମେ ଦେଇଥିଲ
କଳିଯୁଗେ ପ୍ରଭୁ ମଥାରେ ତୁଳସୀ
କଥାକୁ ତୁମେ ରଖିଲ ।
ଗଜ ଉଦ୍ଧାରଣେ ଶୁଣିକରି ଡାକ
କରିଲ ମଗର ବଦ୍ଧ
ସେଥିପାଇଁ ପ୍ରଭୁ କାନ ନାହିଁ ତୁମ
ଶୁଣ ନାହିଁ କାହା ଶବ୍ଦ ।
ଆଖି ଠାର ଯୋଗୁଁ ଦୁର୍ଯ୍ୟୋଧନ ବଧ
କରିଥିଲେ ଭୀମସେନ
କଳିଯୁଗେ ପ୍ରଭୁ ପତା ନାହିଁ ତୁମ
ଖୋଲିଛ ବଡ଼ ନୟନ ।
ବାଳୀ ବଧ ବେଳେ ଧନୁଶର ଧରି
ମାରିଥିଲ ତୁମେ ତୀର
କଥା ଦେଇଥିଲ ବାଳୀକୁ ହେ ତୁମେ
କଳିଯୁଗେ ନାହିଁ କର ।
ଭୃଗୁ ମହାଋଷି ମାରିଲେ ଗୋଇଠୀ
ପାଦକୁ ଆଉଁସି ଦେଲ
ବଜ୍ରାଘାତ ପାଇ ପାଦ କଷ୍ଟ ହେଲା
ଛାତି ତୁମ ନ ରଖିଲ ।
ବଳି କୁ ଚାପିଲ ପାଦ ତଳେ ପ୍ରଭୁ
କରିଥିଲେ କେତେ ପୁଣ୍ୟ
ହେ ବିଶ୍ଵ ଠାକୁର କି ଲୀଳା ତୁମର
କଳିଯୁଗେ ପାଦ ଶୂନ୍ୟ ।
ଗଛ ଆଢ଼ୁଆଳେ ଥିଲ ବୋଲି ପ୍ରଭୁ
ଗଛର ସର୍ବାଙ୍ଗ ପିତା
ଶାପ ତ୍ରାହି ପାଇଁ ଦାରୁବ୍ରହ୍ମ ହୋଇ
ବଢ଼ାଇଲ ନିମ ସତା ।
ଶାନ୍ତ ନିରାକାର ମୂରତି ହେ ତୁମେ
ପ୍ରେମର ଭକ୍ତି ଭଣ୍ଡାର
ହୃଦୟରୁ ଥରେ ଚିନ୍ତନ କରିଲେ
ଦୁଃଖ କଷ୍ଟ ଦୂରକର...
ଦୁଃଖ କଷ୍ଟ ଦୂରକର...
ଦୁଃଖ କଷ୍ଟ ଦୂରକର...