STORYMIRROR

Ashisa Kumar Das

Abstract Tragedy Inspirational

3  

Ashisa Kumar Das

Abstract Tragedy Inspirational

ଶେଷ ଇଚ୍ଛା

ଶେଷ ଇଚ୍ଛା

1 min
141


ଏକେଲା ଆସିଛି ଏକେଳା ମୁଁ ଯିବି

ନେବି ନାହିଁ କିଛି ସାଥେ

ମାନ ଅଭିମାନ ସବୁ ରହି ଯିବ

ଜୀବନର ଚଲା ପଥେ ।


ନେବି ନାହିଁ କିଛି ଛାଡ଼ି ଯିବି ବେଶୀ

କରିଥିବି ଯାହା କର୍ମ

ଜୀବନ ପଥରେ ଏକା ଚାଲି ଥିଲି

କରି ନିଜେ ନିଜେ ଶ୍ରମ ।


ମାନ ସନମାନ ସମୟ ସାଥିରେ

ଦିନେ ହୋଇଯିବ ଲୀନ

ସଞ୍ଚି ନାହିଁ କିଛି ଟଙ୍କା ଧନ ରତ୍ନ 

ଗଲାବେଳେ ନେବି ଶୂନ।


ଭବ ରଙ୍ଗ ମଞ୍ଚେ ଚରିତ୍ରକୁ ସାରି

ବାହୁଡି ଯିବି ମୁଁ ପୁରୀ

ଯୋଡ଼ିବ ଫେଡିବେ ପାପ ପୂଣ୍ୟ ମୋର

ଟାହି ଟାପୂରା ଯେ କରି ।


ଏକେଲା ଆସିଛି ଏକେଲା ମୁଁ ଯିବି

ନେବି ନାହିଁ କିଛି ସାଥେ ।

                 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract