ଗାଁ
ଗାଁ
ଗାଁ ର ବାହରେ ଦିନ ମୋ ବିତୁଛି
କିଛି ଭଲଲାଗେ ନାହିଁ
ରୋବଟ ଭଳି ମୁଁ କର୍ମ କରିବାକୁ
ଗାଁ ରୁ ଆସିଛି ଧାଇଁ ।
ଯୁଆଡେ ମୁଁ ଚାହେଁ ଗାଁ ଛବି ଦିସେ
ଅନମନା ହୁଏ ମନ
ଭାଳି ଭାଳି ମୋର ଗାଁ କଥା ସବୁ
ବିତି ଯାଉ ଥାଏ ଦିନ ।
କେତେ ଦିନ ରାତି ବିତିଯାଉଥାଏ
ଗାଁ ର ସ୍ମୃତିରେ ମୋର
କେମିତି କାଟିବ ସବୁଦିନ ମୋର
ଗାଁ ଠାରୁ ରହି ଦୂର ।
ଅଶ୍ରୁ କୁ ମୋହର ନିଜର କରି ମୁଁ
ଗାଁ ପଥ ରହେ ଚାହିଁ
ମୋ ମରୁ ଉଦ୍ୟାନେ ଆସିବ କି ? ଦିନେ
ଗାଁ କୁ ଯିବି ମୁଁ ଧାଇଁ ।