STORYMIRROR

Ashisa Kumar Das

Abstract Tragedy Inspirational

4  

Ashisa Kumar Das

Abstract Tragedy Inspirational

ଆଶା

ଆଶା

1 min
238

ଖେଳେ ଲୁଚକାଳି ମରୀଚିକା ଭଳି

ଅଶାନ୍ତ ମନର ମନୁ

ସାଧନା ବଳରେ ଦେଖିବ କି ଦିନେ

ଗଗନ ରେ ଇନ୍ଦ୍ରଧନୁ।

କେବେ ସେ କୂଳରେ କେବେ ଅନ୍ତରରେ

ପାଏ ନାହିଁ ଜମା ରାସ୍ତା

ଦିଗ ହରା ହୋଇ ଦେଇଦେଲେ ଭାଇ

ବିନା ମୂଲ୍ୟ ନୁହେଁ ଶସ୍ତା ।

କ୍ଷୁଦ୍ର ହେଲେ ହେଉ ସମ୍ଭାବନା ବହୁ

କସ୍ତୁରୀ ଖୋଜଇ ମୃଗ

ଟିକି ଟିକି ନେଇ ଗଢ଼ି ସେ ତୋଲଇ

ମେରୁ ଅଙ୍ଗେ ମହା ଶୃଙ୍ଗ ।

ଭାବନା ରାଇଜେ ଭାବି ବୁଲୁଥାଏ

କାହିଁ କେତେ ଗୁଢ଼ କଥା

କେମିତି, କିପରି ,କାହିଁକି,କେଜାଣି

ଘୁରି ବୁଲେ ଥାଏ ମଥା ।

ବେଦନା ,ଯନ୍ତ୍ରଣା ,ଲାଞ୍ଛନା ଧାରାରେ

ବୋହି ଯାଏ ସିନା ନଈ

ସାନ୍ତ୍ବନା ଦେବାକୁ ଖୋଜି ବୁଲେ ମନ 

ଉତ୍ତର ତ ମିଳେ ନାହିଁ।

ଉଠିବ କି ? ଦିନେ ନୂଆ ଉର୍ଜ୍ଜା ନେଇ

ଉଇଁବ ସକାଳ ସୂର୍ଯ୍ୟ

ସପ୍ତ ସିଂହ ବଳ ଧାରଣ କରିବ

ପୂର୍ଣ୍ଣ ହେବ ସବୁ କାର୍ଯ୍ୟ

ପୂର୍ଣ୍ଣ ହେବ ସବୁ କାର୍ଯ୍ୟ

ପୂର୍ଣ୍ଣ ହେବ ସବୁ କାର୍ଯ୍ୟ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract