STORYMIRROR

Dr.Omm Prasad Pradhan

Abstract

4  

Dr.Omm Prasad Pradhan

Abstract

ପର ଘର

ପର ଘର

1 min
304


ନିଜ ଘର ପର ହେଇଯାଏ 

ହେଇଯାଏ କିଛି ନିଜର 

ପର ଜିନିଷ ।।


ପର ହେଇଯାନ୍ତି ବାପା ମାଆ

ଭାଇ ଭଉଣୀ ଅନ୍ୟ ମାନେ

ପର ହେଇଯାଏ ଗାଁ,

ନଦୀ ତୁଠ, ବଉଳ ଫୁଲ ର ବାସ୍ନା ।


ନିଜର ହେଇଯାଏ ସହର 

ଶାଶୁଘର ହୁଏ ନିଜର 

ଅତି ନିଜର ହୁଏ ସ୍ୱାମୀ,

ପରିବାର ସମୂହ ।।


ନିଜ ଘରେ ଯିଏ ପୂଜା ପାଉଥିଲା

ଦେବୀ ହେଇ 

ସିଏ ବି କାହାକୁ ପୂଜା କରିବା 

ଦେବ ଦାସୀ ହେଇ ।।


ନିଜ ଲୋକ ପର ହେଇ ଯାଆନ୍ତି 

କିଛ ସେକେଣ୍ଡ ରେ 

ପର ଲୋକ ଆପଣାର ହୁଅନ୍ତି 

କିଛି ମୁହୂର୍ତ୍ତ ରେ ।


ସମୟ ବଦଳି ଯାଏ 

ଘୁରୁ ଥାଏ କାନ୍ଥଘଣ୍ଟା 

ସମୟ ସହ ତାଳ ଦେଇ 

ଖୁବ ଜୋର ରେ....।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract