STORYMIRROR

Dr.Omm Prasad Pradhan

Abstract Action Inspirational

4  

Dr.Omm Prasad Pradhan

Abstract Action Inspirational

ସନ୍ନ୍ୟାସ

ସନ୍ନ୍ୟାସ

1 min
254

ସନ୍ନ୍ୟାସ 
ଇଚ୍ଛା ର ମୃତ୍ୟୁ ପର୍ଯ୍ୟନ୍ତ,
ସମୟ ର ଗତି ସହ ଗତିଶୀଳ 
ନାଟ୍ୟ ମଞ୍ଚ ରେ ନୃତ୍ୟ ରତ ,
ପୁଣି ଥରେ ମୋର ଜନ୍ମ ହୁଏ ।

ଆକାଶ ବକ୍ଷ ରେ ନିଜକୁ ଦେଖି 
ସୁଖ ଦୁଃଖ ର ପାର୍ଥକ୍ୟ ଠୁ ଦୂରରେ 
 ଦଣ୍ଡାୟମାନ ଏକ ସ୍ଥିତ ପ୍ରଜ୍ଞ ମୁଁ,
ଯାହାର ମୃତ୍ୟୁ ହୋଇସାରିଛି। 

ହୃଦୟ କୁ ଆତ୍ମା ମାନି ବାଟ ଚାଲୁଥିବା 
ବୁଦ୍ଧି ର ହତ୍ୟାକାରୀ ପରମ ପୁରୁଷ 
ନିଜର ଅନ୍ଵେଷଣ ଯାତ୍ରାରେ 
ମୁଁ ବିହୀନ ପଥର ପଥିକ ।

ପୃଥିବୀ ପୃଷ୍ଠା ରେ ଅନାମ ଧେୟ 
ଶରୀର କୁ ବସ୍ତ୍ର ତୁଲ୍ୟ ଭାବୁଥିବା
ଷଡରିପୁ ଉପରେ ବିଜୟ ପ୍ରାପ୍ତ 
ଜଣେ ପ୍ରଜ୍ଞା ପୁରୁଷ ।।

କାମିନୀ କାଞ୍ଚନ ମାୟା ଉର୍ଦ୍ଧ୍ବରେ 
ବଞ୍ଚିଥିବା ,ଜଣେ ଉର୍ଦ୍ଧ୍ବରେତା ଯୋଗୀ 
କାମ ବୀଜ କୁ ଜ୍ଞାନ ରେ ରୂପାନ୍ତରିତ 
କରିଥିବା, ଏକ ସନ୍ୟାସୀ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract