STORYMIRROR

Pranati Panda

Abstract Others

3  

Pranati Panda

Abstract Others

ଶ୍ରୀ ଚରଣେ ମା' ଗୋ

ଶ୍ରୀ ଚରଣେ ମା' ଗୋ

1 min
28.3K


ଶତମୂଳା, ଶତଗ୍ରନ୍ଥି ଦେଇ ମା’ ଗୋ

ଶତଵଲ୍ଲୀ ପଦେ ଅର୍ପଇ,

ଶତଦଳ , ଶତବର୍ଗ, ଫୁଲେ ମା’ ଗୋ

ଶତଜଵା ଗଳେ ଲମ୍ବାଇ,

ଶତଭୀରୁ, ଶତପତ୍ରୀ ଫୁଲେ ମା’ ଗୋ

ଶତକୁନ୍ଦ ଶୋଭା ଦିଶଇ,

ଶତଦଳ ବାସିନୀ, ଶତରୂପା ମା’

ଶତବିର୍ଯ୍ୟା ଦେଇ ପୂଜଇ,

ଶ୍ରୀଚନ୍ଦନ ଶୀତଳ ଜଳରେ ମା’ ଗୋ

ଶିବେଷ୍ଟା ଦେଇଣ ସିଞ୍ଚଇ,

ଶ୍ରୀ ଚରଣରେ ଶ୍ରୀଫଳ ଅର୍ପି ମା’ ଗୋ

ଶିତକର ଧୁନି ଜଳାଇ,

ଶୋଭାନିଧି ଘେନ ଶତଧା ପ୍ରଣାମ

ଶ୍ରଦ୍ଧାକରୀ କୃପା ମାଗଇ,

ଶାରଦୀୟ ପୂଜା ଶ୍ରଦ୍ଧା ସୁମନରେ

ଶ୍ରୀ ଚରଣେ ଶିର ନୁଆଁଇ।

- ପ୍ରଣତି ପଣ୍ଡା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract