STORYMIRROR

Pranati Panda

Tragedy

4.0  

Pranati Panda

Tragedy

ପହଲ୍ ଗାମ୍ ଆତଙ୍କି ଆକ୍ରମଣ

ପହଲ୍ ଗାମ୍ ଆତଙ୍କି ଆକ୍ରମଣ

1 min
17

 *#ହୃଦତଳ_ଅଭିବ୍ୟକ୍ତି*#

 ବେଦରଦୀ ଯିଏ ବୁଝେକି ବେଦନା
 ସୀମନ୍ତିନୀ ଶୂନ୍ୟ ଶିରୀ ,
 ଯନ୍ତ୍ରଣା ଅତିଷ୍ଠ ସୀମା ଅତିକ୍ରାନ୍ତ
 ହିନ୍ଦୁ ବୋଲି ଦେଲେ ମାରି।

 ଭାଇ ତ ଭଗାରି ଯୁଗ ତ ଏପରି
ସବୁ ମିଛ ଆଚରଣ ,
 ନର, ନାରୀ , ଛୁଆ ଭେଦରେ କି ମାୟା
 ଧର୍ମ ନାମେ ନାହିଁ ଜ୍ଞାନ।

 ନୃଶଂସେ ବୁଡ଼ିଛି କର୍ମକୁ ଭୁଲିଛି
ଆତଙ୍କରେ ଆନ ମାରେ,
 ଦୋ ମୁହାଁ ନୀତିରେ ଚାଲୁଛି ସଂସାରେ
ଆତଙ୍କି ପରିଚୟରେ।

 ଜୀବର ଧରମ ଫଳର କରମ
 ବିଚାରକୁ ଦେଖିକରି,
 ଦେଖି ଏହି କାଣ୍ଡ ଦୋଷୀ ପାଈଁ ଦଣ୍ଡ
ଦେବେ କିବା ନାମଧାରୀ ।

 ଦେଖୁଛି ସମାଜ ଚାଲୁଛି ସମାଜ
 ଦେଖୁଛନ୍ତି ବିଶ୍ୱବାସୀ ,
 କୁମ୍ଭୀର କାନ୍ଦଣା ନକରି ଭରଣା
 ନ୍ୟାୟ କି ଦେବେ ପରୋଷି।?

 @ପ୍ରଣତି ପଣ୍ଡା (ଭୁବନେଶ୍ୱର) 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy