STORYMIRROR

Pranati Panda

Tragedy Others

4  

Pranati Panda

Tragedy Others

ବେରଙ୍ଗ ସମ୍ପର୍କ

ବେରଙ୍ଗ ସମ୍ପର୍କ

1 min
31

ବେରଙ୍ଗ ସମ୍ପର୍କ

 ପରସ୍ପର ପାଇଁ ମଉଳି ଯାଉଥିବା ମୂହୁର୍ତ୍ତ ସମ୍ପର୍କ ମାନଙ୍କରେ ସତେ କେତେ ଅଚିହ୍ନା ହୋଇଯାଇଛନ୍ତି ଆମେ ବିସ୍ମୃତିର ସହର ଭିତରେ....। ଆକାଶକୁ ଛୁଇଁବାକୁ ହାତ ମୁଁ ପାତିନି ପୃଥିବୀକୁ କରାୟତ କରିବାର ଆସ୍ଫାଳନ ମୋର ନାହିଁ। ସଙ୍କୁଚିତ ମଧ୍ୟବିତ୍ତ ଜୀବନ ଯାପନ ମୋର। ଅତିକ୍ରାନ୍ତ ବୟସରେ ଆଜି କାନ୍ ଭାସ୍ , ରଙ୍ଗ ଓ ତୂଳୀ ଖୋଜୁଛି। କିନ୍ତୁ ଆଙ୍କିବି କଣ?? ମୋ ଝର୍କା ସେପଟର କୃଷ୍ଣଚୂଡ଼ାର ରଙ୍ଗ କାହିଁ ଆଜି ବେରଙ୍ଗ ଲାଗୁଛି। ସମ୍ପର୍କିତ ସମ୍ପର୍କ ଗୁଡ଼ିକ ମତେ ଦାନ୍ତ ନିକୁଟି ଅଟ୍ଟହାସ୍ୟ କରି ମୋ କାନ୍ ଭାସ୍ ଟିକୁ ଛାଇ କରି କହୁଛନ୍ତି ଯାଃ.... ଜକ ଜକ କରୁଥିବା ଜହ୍ନର ଜୀବନ୍ତ ଚିତ୍ରଟିଏ ଆଙ୍କିଦେଲେ ଜହ୍ନ ତ ଆଉ ହାତ ପାହାନ୍ତାରେ ଆସି ଯିବନି..। ଗୋଧୂଳି ଲଗ୍ନରେ ଉଭା ଅସ୍ତଗାମୀ ସୂର୍ଯ୍ୟ ଙ୍କୁ ଦେଖି ଆଉ ଇନ୍ଦ୍ରଧନୁ ର ଚିତ୍ର ଆଙ୍କିବା ଅସମ୍ଭବ ପ୍ରାୟ ମତେ ଲାଗିଲା। ହଁ ଆଜିକାଲିକା ସମ୍ପର୍କ ଗୁଡ଼ିକ ଗେଣ୍ଡା, ଶାମୁକା, କଇଁଛ ଖୋଳରେ ମୁହଁ ଲୁଚେଇ ମଲା ଭଳି ପଡ଼ି ରହିଲା ପରି..। ଈର୍ଷା, ହିଂସା ଓ ଅସୂୟାରେ ବିଷେଇ ଯାଇଛି ମାଟି, ପାଣି ଓ ପବନ ସବୁ ବିପର୍ଯ୍ୟସ୍ତ...। ଆମେ କଣ ସମ୍ପର୍କର ଏଇ ସ୍ୱପ୍ନ ଦେଖିଥିଲେ ଶୈଶବରୁ ମୃତ୍ୟୁ ଯାଏ....। ଦ୍ଵିତୀୟା ଜହ୍ନର ଚୋରା ଆଲୋକରେ ଏହିପରି ଅସଂଖ୍ୟ ସମ୍ପର୍କର ସ୍ପର୍ଶ ବିନ୍ଦୁ ଖୋଜୁ ଖୋଜୁ କେତେବେଳେ କାନ୍ ଭାସ୍ ଟି ମୋ ହାତରୁ ଖସିଯାଇ କଚାଡ଼ି ହୋଇ ପଡ଼ି ସ୍ଥିର ପାଲଟି ଯାଇଥିଲା। ମୋ ମନ ଆଶାର ଦିଗନ୍ତ ଭାବନା ଭିତରୁ ଜନ୍ମ ନେଉଥିଲା ସମ୍ପର୍କର ପୁଣି ଗୋଟିଏ ଶାଗୁଆ ସକାଳର ଉଦିତ ସୂର୍ଯ୍ୟଙ୍କ ଚିତ୍ର ....! @ପ୍ରଣତି ପଣ୍ଡା (ଭୁବନେଶ୍ୱର) 
 Copyright @Pranati Panda © @highlight


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy