STORYMIRROR

Pranati Panda

Inspirational

4.5  

Pranati Panda

Inspirational

କବି/ କବୀ ଟିଏ ସେ

କବି/ କବୀ ଟିଏ ସେ

2 mins
26

"କବି/କବୀଟିଏ ସେ " *********** କବିତା ଲେଖିବା ବେଳେ ଜାଣିବାକୁ ଇଚ୍ଛା ହୁଏ କି ସେ ସଫଳ ଅସଫଳ ? ଉପସ୍ଥାପନ କରିବାର ପ୍ରୟାସରୁ ଜଣାପଡ଼େ ନାହିଁ ଆଦୌ । କିନ୍ତୁ ଏତିକି ଜାଣିଥାଏ କେହି ଜଣେ କହିଥିଲେ ସବୁ ଅସଫଳ ପରେ ସଫଳତା ନିଶ୍ଚିତ ଭାବରେ ଆସେ। କିନ୍ତୁ ସଫଳ ହେବା ପରେ ବିଫଳ ହେବା ଭାରି ଭାରାକ୍ରାନ୍ତ କରେ ବିଚରା ନିରୀହ ମନଟିକୁ। ପୁଣି ମନକୁ ବୁଝେଇ ଦିଏ ଯେ ,ସେ ତ , ସଂସାର ଜଞ୍ଜାଳେ ଜଞ୍ଜାଳି ଟିଏ!!!! ଭାବନାର ଶେଷ ନଥାଏ କବି/ କବୀ ,ଲେଖକଙ୍କ ଜୀବନରେ। ସେଥିପାଇଁ ସେ ସବୁ ଲୋକଙ୍କ ଠାରୁ ନିଆରା ପରା। ବୁଦ୍ଧି, ବିବେକ, ବିଭୂତି ବତୁରା ଦରଦୀ ମଣିଷ ଟିଏ। ସାଧା ସିଧା ସଂସାରୀ ମଣିଷ ଟିଏ, ଯୋଗୀଟିଏ, ଭୋଗୀଟିଏ, ଭାବନାର ଜହ୍ନ ରାତିରେ ସ୍ବପ୍ନ ଆଉ ବାସ୍ତବତାର ଲେଖିଦିଏ ସୁନ୍ଦର ମନଛୁଆଁ କବିତା ଅବା କାହାଣୀ ଟିଏ। କବିତା ତ ସଜଫୁଲ, ଆଞ୍ଜୁଳେ ମମତା ଓ ଅନୁରାଗର ରାଗିଣୀରେ କବିତାର ଝର ଝର ଝରଣା, ମୁଠାଏ ମୂର୍ଚ୍ଛନା, ଆକାଶର ନୀଳିମା ,... କବିତା ବି ଭଙ୍ଗାଗଢ଼ା, ପ୍ରେମ, ପ୍ରତାରଣା, ନିଆଁ ଖୁଣ୍ଟା, ପୋଡ଼ାରୁଟି ଅନୁଭବ ପେଟର ଯନ୍ତ୍ରଣା !! କୋଳାହଳ, ଅହଙ୍କାର, ଆତ୍ମ ପ୍ରଚାରର ବହୁତ ଦୂରରେ ନିରବ ସାଧକ ଟିଏ! କବିତା ସ୍ଵୟଂ ମାଳ ମାଳ ଲୋକଙ୍କ ଭିତରୁ ମଣିଷଙ୍କୁ ଚିହ୍ନି ନିଜକୁ ମଣିଷ ପରି ମଣିଷଟିଏ ଗଢ଼ି ତୋଳିଥାଏ, ଯିଏ ଆସ୍ତେ ଆସ୍ତେ ଧୀରେ ଧୀରେ କବି/ କବୀ ବୋଲି ପରିଚୟ ପାଇଥାଏ!! ତା ' ଲେଖନୀ ରୁ ଅବିରତ ଝରିଯାଏ "ନୀରବ ମୂର୍ଚ୍ଛନା "। ବଞ୍ଚିବାର ସୁଆଦ ଚଖାଏ, ମୃତ୍ୟୁର ଲୁହ ବି ଝରାଏ, ଆଉ ବେଳେ ବେଳେ ଲୁହ ନୁହେଁ ଲହୁ ବି ଝରାଇ ଅଜାଣତେ ଶତ ଶତ ମନ ଛୁଇଁଯାଏ। ତା ' ମନ ରାଜ୍ୟରେ, ଭାବନା ଦରବାରରେ ସ୍ଵୟଂ ନିଜ ସିଂହାସନ ରେ ବିରାଜମାନ ସେ ଦ୍ଵିତୀୟ ଈଶ୍ୱର । ସଂସାର ଜଞ୍ଜାଳର ହଳାହଳ ବିଷ ପାନ କରି ବଞ୍ଚିଥିବା ନୀଳକଣ୍ଠ ସିଏ। ନିଜର ମନଲାଖି ମଣିଷଙ୍କୁ ଛାଡ଼ି ଖାତିର କରୁନଥିବା କଲମର ମାଲିକଟିଏ ସେ। କବି/ କଵୀ ଟିଏ ସେ...! @ପ୍ରଣତି ପଣ୍ଡା (ଭୁବନେଶ୍ଵର) ୨୫/୬/୨୦୨୫ @highlight


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational