STORYMIRROR

DILIP KUMAR SAHOO

Inspirational

5  

DILIP KUMAR SAHOO

Inspirational

ରେଣ୍ଡୋ ମାଝୀ

ରେଣ୍ଡୋ ମାଝୀ

1 min
444

ଉର୍ଲାଦାନୀ ର ଲୁବେନ୍ ଗଡ଼

ଶୀତୁଆ ରାତିରେ ଉଠିଲା ଝଡ ।

ରାତି ଅଧରେ ତ ଫୁଟିଲା ଗୁଳି

ବୀର ରେଣ୍ଡୋ ମାଝୀ ପଡ଼ିଲେ ଟଳି।

ନିରିମମ ସେହି ଗୋରା ଶାସକ

ଦେଉଥିଲା କେତେ ଲୋକଙ୍କୁ ଦୁଃଖ।

ରେଣ୍ଡୋ ମାଝୀ କାହୁଁ ପାରନ୍ତେ ସହି

ପ୍ରାଣମୂର୍ଛ୍ଛା ସିଏ କଲେ ଲଢେଇ ।

କଳାହାଣ୍ଡି ମାଟି ଥରି ଉଠିଲା

ଇଂରେଜ ଙ୍କ ଚିନ୍ତା ବଳେଇ ଗଲା ।

କୁଟ କପଟ ରେ ରେଣ୍ଡୋ ମାଝୀଙ୍କୁ

ବାନ୍ଧି ନେଇଗଲେ କାରାଗାର କୁ ।

ଆଦିବାସୀ ଲୋକେ ଉଠିଲେ ତାତି

ଧନୁଶର ଧରି ଉଠିଲେ ମାତି।

ଡରାଇବା ପାଇଁ ଲୋକମାନଙ୍କୁ 

ଲୁହା ଶିକୁଳି ରେ ବାନ୍ଧି ରେଣ୍ଡୋଙ୍କୁ,

ପିଠିରେ ଚାବୁକ ପାହାର ଦେଇ

ବୁଲାଇଲେ ଗାଁ ଗାଁ ରେ ନେଇ।

ଉର୍ଲାଦାନୀ ରେ କରି ଶିବିର

ରହୁଥିଲେ ସେଠି ଫିରିଙ୍ଗି ଦଳ।

ରାତିରେ ହଠାତ୍ ଉତ୍ୟକ୍ତ ଲୋକ

ଗୋରା ଶିବିର କୁ ଘେରି ଗଲେତ।

ଧନୁଶର ଧରି ଗଲେ ସେ ମାଡି

ଶିବିର କୁ ଦେଲେ ମୂଳରୁ ତାଡି।

ରେଣ୍ଡୋ ଙ୍କୁ ଉଦ୍ଧାର କରିବା ପାଇଁ

ଆସିଥିଲେ ସବୁ ଏକାଠି ହୋଇ।

ହେଲେ ନିର୍ମମ ଗୋରା ସିପାହୀ

ଅନ୍ଧାର ଭିତରେ ଗୁଳି ଫୁଟେଇ,

ରେଣ୍ଡୋ ମାଝୀ ଙ୍କର ଜୀବନ ନେଲା

ରକତର ନଈ ବୁହାଇ ଦେଲା।

ଅଭୁଲା ରେଣ୍ଡୋ ଙ୍କ ମାଟି ର ପ୍ରେମ

ବୀର ସହୀଦ ଙ୍କ ପାଦେ ପ୍ରଣାମ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational