ପ୍ରୀତିର ପରଷ
ପ୍ରୀତିର ପରଷ
କୋମଳ ବଚନ ହୃଦୟର ଭାଷା ପଢେ l
କୋଟିଏ ସମ୍ପତ୍ତି ତୁଚ୍ଛ ଲାଗେ ତାହା ତୁଲେ,
ନମ୍ରତା, ବିନୟ ପଣ ମଣିଷକୁ କିଣେ l
ଜାତି, ଧର୍ମ ତାର ପାଶେ ମଥାନତ ହୁଏ...
ସରଗ ପରିକା ଲାଗେ ପ୍ରୀତିର ପରଷ l
ଦୁଃଖର ସଂସାରେ ମନ ନ ଲାଗେ ନିରସ,
ଦୁଃଖ, ସୁଖ ଝଡ଼ ପରି ଆସିବ ବା ଯିବ l
ସ୍ନେହର ପରଷ ଥିଲେ ମନ ନ ଭାଙ୍ଗିବ.....
ଉପର ସୌନ୍ଦର୍ଯ୍ୟ କେବେ କଥା ନ କହିବ l
ହୃଦୟ ସୁନ୍ଦର ପଣ ମନକୁ ଜିଣିବ,
ଗୁଣର ପୂଜାରୀ ଯିଏ ଗୁଣକୁ ଚିହ୍ନିବ l
ରୂପତାର ପାଶେ ଫିକା ତମସା ସାଜିବ....
ନମ୍ରତା ପୂର୍ଣ୍ଣ ଭାବେ ଆପଣା ଦୋଷା, ଦୋଷ l
ମାନିଲେ ନ ରୁହଇ ଯେତେକ ଗ୍ରହ, କଷ୍ଟ,
ସମ୍ପଦର ବଡ଼ିମାରେ ନ କର ଚାତର l
କର୍ମ କରୁଥିବ ଯଥା ଵିଧି ବିଧାନର....
ଜୀବନର ସବୁ ରଙ୍ଗ ଅଳ୍ପ ସମୟକୁ l
କ୍ଷଣକରେ ରଙ୍ଗହୀନ ରଙ୍ଗୀନ ସ୍ବପ୍ନକୁ,
ଫଗୁଣ ରଙ୍ଗର ବାସ ପ୍ରଭୁ ଙ୍କ ଅଙ୍ଗକୁ l
ଶ୍ରୀ ଅଙ୍ଗର ରଙ୍ଗେ ଭର ନିଜ ଜୀବନକୁ....
ପିତା, ମାତା ଜୀବନର ପ୍ରଥମ ଠାକୁର l
ନିଶ୍ୱାସ, ପ୍ରଶ୍ୱାସ ଦେହ ଦାନ ଯେ ତାଙ୍କର,
ମନେ କେବେ ଦୁଃଖ ଦିଏ ଅଭାଗ୍ୟ ସେ ନର l
ଯାତନା, କଷଣ କିଣେ ଜୀବନେ ତାହାର.....
କେତେ କଷ୍ଟ ସହି ସେହି ଗଢ଼ନ୍ତି ପିଲାଙ୍କୁ l
ଦୁଃଖ କ'ଣ ଜାଣିବାକୁ ଦିଅନ୍ତିନି ବାବୁ,
ନିଜେ ଦୁଃଖେ ରହି ଧନ ସୁଖ ବାଣ୍ଟିବାକ
ୁ l
ଜନ୍ମ ଦେଇ ଧନ୍ୟ ବୋଲି ମଣନ୍ତି ନିଜକୁ.....
ପିତା, ମାତା ଯେଉଁ ଘରେ ଆନନ୍ଦରେ ଥାନ୍ତି l
ସେ ଘର ସରଗ ସମ ଦେବତା ଭାବନ୍ତି,
ଯେଉଁ ଘରେ ପିତା, ମାତା ପୂଜା ପାଉଥାନ୍ତି l
ଦେବା, ଦେବୀ ସଦା ଆଶିଷରେ ଭରିଥାନ୍ତି.....
ଜୀବନ ତ ନୁହେଁ ଧନ ସବୁଦିନ ପାଇଁ l
ଆଜି ଅଛି କାଲି କିଏ ଯିବରେ ପଳାଇ,
ମିଛସ୍ୱାର୍ଥ, ମିଛଅଂହ, ମିଛଖେଳ ଖେଳି l
ଦିଦିନ ର ଖେଳାଳି ଯେ ମିଛ ପଶାପାଲି.....
ଆସିବା, ଯିବାର ଚାବି ନାହିଁ ଆମ ପାଶ l
କିସ ପାଇଁ ଭଣ୍ଡାରକୁ ଲୋଭେ ପରବଶ,
କେତେ ରାଜା,ପରଜା ଯେ ଅଛନ୍ତି କେ ଦେଶ l
ଗର୍ବ, ଦମ୍ଭ, ଅଭିମାନ ହୋଇଅଛି ନାଶ.....
ବଞ୍ଚିବାର ଅଛି ଯଦି ଅଳପ ଦିନକୁ l
କିବା ଅଭିମାନ ପରା ଏଇ ଜୀବନକୁ,
ପିତା,ମାତା ମନେ ଦୁଃଖ କେବେ ନ ଦେବାକୁ l
ଶପଥ କରିବା ମନେ ଇଷ୍ଟସେବା ତାକୁ.....
ସେ ହସିଲେ ଆମ ହୃଦୟରେ ଶାନ୍ତି ଆସେ l
ଶାନ୍ତିରେ ରହିଲେ ସଦା ମମତା ବରଷେ,
ତାଙ୍କ ଆଶୀର୍ବାଦ ଥିଲେ ଦୁର୍ଗୁଣ ପଥରେ l
ସୁଗମ ହୁଅଇ ପ୍ରାଣ ଚଳିବା ସୁଖରେ.....
ପିତାସ୍ୱର୍ଗ, ପିତାଧର୍ମ ଏ ଜୀବନେ କାମ୍ୟ l
ତାଙ୍କ ପରି କିଏ ହେବ ସନ୍ତାନ ସେ ଧନ୍ୟ,
ସ୍ନେହ, ପ୍ରେମ, ଅମୃତର ଦିବ୍ୟ ଅନୁଭବ l
ଭଲ ପାଇବାରେ ତାଙ୍କ ନ ଥାଏ ବିକଳ୍ପ.....
ଜୟ ଜଗନ୍ନାଥ