STORYMIRROR

Pranati Jena

Inspirational Others

4  

Pranati Jena

Inspirational Others

ବିଦ୍ୟା ପ୍ରଦାତା

ବିଦ୍ୟା ପ୍ରଦାତା

1 min
30


ପୁରୁଷ ପ୍ରକୃତି ସୃଷ୍ଟିର ପୂର୍ଵରୁ ଧରା ଧାମରେ 

ଅଗ୍ରପୂଜ୍ୟ ବିଘ୍ନହର୍ତ୍ତା ପ୍ରଣବରୁ ଓଁ ଅକ୍ଷର'ରେ


ପଞ୍ଚ ଦେବତାଙ୍କ ମଧ୍ୟେ ଶ୍ରେଷ୍ଠ ପ୍ରଭୁ ଲକ୍ଷ୍ମୀ ମସ୍ତକେ,

ପୂର୍ଣ୍ଣଘଟେ ବିରାଜି ଆଶିଷ ବର୍ଷେ କର୍ମ ଦାୟକେ


ପାର୍ବତୀ ନନ୍ଦନ ଆହେ ଗଜାନନ କରେ ମିନତୀ,

ସର୍ବ ମଙ୍ଗଳ କର୍ତ୍ତା ଜଗତ ରକ୍ଷା ହେ, ମହାଯତି


ବିଦ୍ୟା, ବୁଦ୍ଧିଦାତା ବିଘ୍ନକାରୀ ହର୍ତ୍ତା ମୋଦକ ପ୍ରିୟ,

କୁଣ୍ଡଳିନୀ, ବଲ୍ଲଭ ପ୍ରେମଶକ୍ତିରେ ତୁମେ ହିଁ ଶ୍ରେୟ


ସନ୍ତାନ ପାଇଁ ପୃଥିବୀ ଦେଖାଇଲ ପିତା, ମାତାଙ୍କୁ,

ଚଉଦ ଭୁବନ ତାଙ୍କ ପରିକ୍ରମା ସୁକ୍ଷ୍ମ ଜ୍ଞାନକୁ


ମୂଷିକ ବାହନେ କର୍ମର ସାଧନେ ଅହଂ ନାଶନ,

ପ୍ରଭୁ ଶିବ ଶାପେ ଛେଦନ ମସ୍ତକ ହେ ଗଜାନନ


ଗଣନାଥ ପ୍ରଭୁ ଦୟାରୁ ଲେଖୁଛି ଦିଅହେ ଜ୍ଞାନ,

ଅଧମ, ଅଜ୍ଞାନ ନାହିଁ ଏତେ ଶିକ୍ଷା ଗଭୀର ପଣ


ଏ, ମର ଶରୀରେ ଥିବି ଯେତେଦିନ ସ୍ତୁତି ହୃଦରେ,

ନିରନ୍ତର ଜପ ମନ୍ଦିରକୁ ମନ ଅନ୍ତିମ ତୀରେ


ପ୍ରାରମ୍ଭିକ ଲିପି ଶବ୍ଦାୟନ ଶିଳ୍ପୀ କରୁଣା ସ୍ଵନ,

ଆତ୍ମାର ବିପିନେ ନିଷ୍ପ୍ରାଣର ସ୍ୱପ୍ନେ ମୌସୁମୀ ଲଗ୍ନ


ଶବ୍ଦର କୁହୁକ ଆହେ ଗଜରାଜ ବିଦ୍ୟା ପ୍ରଦାତା,

ବିଶ୍ୱାସର ପଥେ ଭରସାର ନେତେ ସେ, ଗଭୀରତା


ଶବ୍ଦ ହୋଇଆସ ପଂକ୍ତିର ସୁବାସ ନିଃଶବ୍ଦ ହୃଦ,

ଜାଣି ପାରେନାହିଁ ଲେଖ ହୃଦେ ରହି ସମର୍ପେ ଚିତ୍ତ


ଓଁ ଗଂ ଗଣପତୟେ ନମୋ ନମଃ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational