STORYMIRROR

Pranati Panda

Abstract Classics

4  

Pranati Panda

Abstract Classics

ବରଷା ରାଣୀ

ବରଷା ରାଣୀ

1 min
28


ନରମି ଯାଇଛି ସୂର୍ଯ୍ୟଙ୍କ ପ୍ରତାପ

ସନ୍ତର୍ପଣେ ନବଘନ ରାଜତ୍ଵ ,

ମନ୍ଦେ ମନ୍ଦେ ମୃଦୁ ପାଦେ ଆବିର୍ଭୁତ 

ଆଷାଢ଼ ଶ୍ରାବଣ କରେ ସ୍ବାଗତ।


କମ୍ପେ ଘନ ଘୋର ଗର୍ଜନେ ମେଦିନୀ

ମୂଷଳ ଧାରାରେ ବର୍ଷା ଢ଼ାଳଇ ,

ସବୁଜିମା କ୍ଷେତ୍ରେ ଶୋହେ ବସୁମାତା

ରୌଦ୍ର ତାପ ଧରା ଶାନ୍ତି ଲଭଇ।


ଛବିଳ ବର୍ଣ୍ଣାଢ଼୍ୟ ରଙ୍ଗେ ରୂପରେଖ

ଦିଶଇ ଧରଣୀ ସବୁଜ ରଙ୍ଗ ,

ଫୁଲ , ଫଳ ଭରା ଶୋଭେ ବସୁନ୍ଧରା

ଖୁସି ମନେ ଗୀତ ଗାଉଛି ବେଙ୍ଗ।


ମାଟି ମାଆଟିର ଭିଜିଲା ଛାତିରେ

ଆଡେଇ ଆଡ଼େଇ ଫସଲ ହସେ ,

ପୂରୁବ ଦିଗରେ ପାହାଡ଼ ଉହାଡେ

ଇନ୍ଦ୍ରଧନୁ ରଙ୍ଗ ସୁନ୍ଦର ଦିଶେ।


ପଶୁ ଠାରୁ ପକ୍ଷୀ ସଭିଙ୍କ ମନରେ

ଖୁସିର ଲହରୀ ଲାଗି ଗଲାଣି,

କେକୀ ପୁଚ୍ଛ ଟେକି ଅତି ଆନନ୍ଦରେ

ବାରିଦକୁ ଦେଖି ନାଚି ଗଲାଣି।


ଖେଳନ୍ତି ସରସୀ ଜଳେ ହଂସରାଳି

କ୍ଷଣେ କ୍ଷଣେ ଚିତ୍ତ ଯାଅଇ ଛୁଇଁ,

କବି ଓ ଭାବୁକ ହୁଏ ଆତ୍ମହରା

ଦେଖି ବର୍ଷା କାଳ ରୂପର ଛଇ ।


କ୍ଷେତବାଡ଼ି ଶୁଭେ କୋଳାହଳମୟ

ଆନନ୍ଦ ଆଣଇ ବରଷା କାଳ ,

କ୍ଷଣିକରେ ତପ୍ତ ହୁଅଇ ଶୀତଳ 

ଭାବୁକର ଚିତ୍ତ ହୁଏ ବ୍ୟାକୁଳ ।


ଧୋବ ଫର ଫର ଅଳସ ବାଦଲ

ନଭେ ସୌଦାମିନୀ ଝଟକେ କ୍ଷଣେ ,

ଅମୃତର ଜଳ ବରଷି ବରଷା

ହରଷ ଓଜାଡ଼ି ଦିଏ ଏ ,ମନେ।


ପୃଥିବୀ ଆମର ବରଷା ଆସିଲେ

ଅଧିକ ସୁନ୍ଦର ଲାଗେ ଯେମିତି ,

ଜଳ ବହୁଳର ଉଗ୍ର ପ୍ରବାହରେ

ଏ, ମାନବ ଜାତି କାନ୍ଦେ ସେମିତି।


ବରଷା ହସାଏ ବରଷା କନ୍ଦାଏ

କଳାମେଘୀ ଶାଢ଼ୀ ଓଢଣା ଟାଣି ,

ବାରିଦ ଅଇରି ବଇରୀ ବିହାରୀ

ତଥାପି ସୁନ୍ଦର ବରଷାରାଣୀ।


     



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract