Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bishwajit nayak

Romance Tragedy

3  

Bishwajit nayak

Romance Tragedy

ତୁମେ ଗଲାପରେ

ତୁମେ ଗଲାପରେ

1 min
173



ତୁମେ ଗଲାପରେ ସବୁରାତି ସରେ

   ଅମାବାସ୍ୟା ଅନ୍ଧକାରେ

ତୁମେ ଗଲାପରେ ଜହ୍ନବି ପଚାରେ

   ଊଣାଥିଲା କେଉଁଥିରେ....||


ତୁମେ ଗଲାପରେ ଶ୍ରାବଣ ରାତିରେ

   ଭିଜୁଛି ମୁଁ ବରଷାରେ

ତୁମେ ଗଲାପରେ ଲୁହମୋର ଝରେ

  ଯେବେ ବସେ ନିରୋଳାରେ....||


ତୁମେ ଗଲାପରେ ଅଛି ବାସ୍ତବରେ

   ନିଜକୁ ନିଜେ ପଚାରେ 

ତୁମେ ଗଲାପରେ ବନ୍ଦୀ ପଞ୍ଜୁରୀରେ

   ନିଜ ଛାଇକୁବି ଡରେ....||


ତୁମେ ଗଲାପରେ ସ୍ମୁତି ସାଉଁଟାରେ

  ଦିନ ରାତି ମୋର ସରେ

ତୁମେ ଗଲାପରେ ଅତୀତ ପଚାରେ

  ଅଛୁ କେଉଁ ଅବସ୍ଥାରେ....||


ତୁମେ ଗଲାପରେ ଭଙ୍ଗା ନଉକାରେ

   ଅଛି ମଝି ଦରିଆରେ

ତୁମେ ଗଲାପରେ ନିଜକୁ ଖୋଜେରେ

  ଆମ ଗାଆଁ ମଶାଣିରେ....||


Rate this content
Log in

Similar oriya poem from Romance