STORYMIRROR

Bishwajit nayak

Others

3  

Bishwajit nayak

Others

ମା କାଳୀ

ମା କାଳୀ

1 min
175

କଳ୍କୀରୂପ ଧରି ଆସ ମାତାକାଳୀ

   ପାପୀ ବିନାଶିବା ପାଇଁ

ଧର୍ଷିତା କରୁଛି ତୁମ ପାଖେ ଅଳି

  ନ୍ୟାୟ ତାକୁ ମିଳୁନାହିଁ


ଅବଳା ଦୂର୍ବଳା ଭାବିଲେ କି ଅବା

  ଭୁଲିଲେ ଭୈରବୀ ରୂପ

ପ୍ରଚଣ୍ଡ ତାଣ୍ଡବ ଦେଖିଲେ ଏ ପାପୀ 

   କମିଯିବ କିଛି ପାପ


ଅବିଚାରୀ ପ୍ରାଣୀ ହୋଇଗଲେଣି କି

  ମାନବ ଜାତିଟା ସତେ

କଅଁଳ ଶିଶୁକୁ ଛାଡେ ନାହିଁ ସିଏ

  ଘୃଣ୍ୟ ଚିନ୍ତାଧାରା ଏତେ


ପାପୀ ମସ୍ତିଷ୍କକୁ କରି ଗଳାହାର

  ଶୋଷି ନିଅ ତାଙ୍କ ରକ୍ତ

ଉଶ୍ୱାସ ହୋଇବ ସବୁ ପାପଭାର

  ପାପୀ ହୋଇଯିବେ ମୁକ୍ତ


ଆସ ହେ ଭୈରବୀ ଅସୁର ସଂହାରୀ

  ଶୁଣ ମୋ ଗୁହାରି ଆଜି

ଅବଳା ନାରୀଙ୍କୁ ଧର୍ଷଣ କରନ୍ତି

  ରକ୍ଷକ ଭକ୍ଷକ ସାଜି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍