STORYMIRROR

Bishwajit nayak

Inspirational Thriller Children

4  

Bishwajit nayak

Inspirational Thriller Children

ବାପା

ବାପା

1 min
389


ତୁମେମୋର ସେହି  କଳ୍ପବୃକ୍ଷ ବାପା

   ଯାହା ମନାସିଲେ ପାଏ

ଗଢ଼ିଛ ଏମିତି  ଭୁଲିବି କେମିତି

   ଝୁରୁଥିବି ମଲା ଯାଏ....||


ମନ ହୁଏ ମୋର ଅଳି କରିବାକୁ

    କାନ୍ଦିବାକୁ ହାତ ଧରି

ପିଲା ଦିନର ସେ ଅଳି ଅଝଟକୁ

   ପୁଣି ପାଆନ୍ତି କି ଫେରି....||


ଉଭେଇ ଯାଉଛି ଦେହର ଦରଜ

   ଆମ ଭବିଷ୍ୟତ ପାଇଁ

ଝଟକି ପଡୁଛି ଓଠେ ମିଛ ହସ

  ଆମ ମୁହଁ ଦେଲେ ଚାହିଁ....||


ବିଣ୍ଡି ପଡ଼ି ଯାଏ ଗୋଡ଼ ହାତ ତୁମ

   ଆମ ପାଇଁ ଖଟି ଖଟି

ତଥାପି ହାରିନ  ଦୁନିଆ ଆଗରେ

  ଖୋଲି ନାହଁ କେବେ ପାଟି....||


ପାହାଡ଼ଠୁଁ ବଡ଼  ହୃଦୟ ତୁମର

   ନିର୍ମଳ ଆକାଶ ଛାତି

ସବୁ ଦୁଃଖ କଷ୍ଟ ମିଳେଇ ଯାଉଛି

   ଯେମିତି ବତୁରା ମାଟି....||


ତୁମେ ମୋ ଆଦର୍ଶ ତୁମେ ମୋ ସାହସ

   ତୁମେ ମୋର ସବୁ କିଛି

ତୁମ ହାତ ମୋର ମୁଣ୍ଡରେ ରହିଲେ

   ଦୁନିଆକୁ ଯିବି ଜିତି....||


      


Rate this content
Log in

Similar oriya poem from Inspirational