Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bishwajit nayak

Romance

4.5  

Bishwajit nayak

Romance

ସ୍ୱପ୍ନ ସୁନ୍ଦରୀ

ସ୍ୱପ୍ନ ସୁନ୍ଦରୀ

1 min
400


ସ୍ୱପ୍ନରେ ଆସୁଛ ତୁମେଗୋ ସୁନ୍ଦରୀ

              ପାଦରେ ପାଉଁଜି ପିନ୍ଧି

ରୁଣୁ ଝୁଣୁ ଶବ୍ଦ କାନରେ ପଡିଲେ

             ନିଦ ମୋ ଯାଉଛି ଭାଙ୍ଗି ।


କେବେ ଫୁଣି ଆସ ନାଲି ଶାଢ଼ୀ ପିନ୍ଧି

            ମୁଣ୍ଡରେ ଓଢଣୀ ଦେଇ

ହାତ ଧରି ସତେ ନେଇଯାଅ ମୋତେ

            ତୁମ କୋଳରେ ଯାଏ ମୁଁ ସୋଇ ।


ନୟନେ ତୁମର କଜଳ ର ଧାର

              ରାଜ ହଂସୀ ପରି ଚାଲି

ଗୋଲାପୀ ଓଠରେ ହସୁଥିଲ ଧୀରେ

             ତୁମ ପଛେ ଚାଲିଗଲି ।


ସ୍ୱପ୍ନ ରାଇଜେ ଘାସ ଗାଲିଚାରେ

            ପାଦ ଯେବେ ଦିଅ ଥୋଇ

କାକର ବିନ୍ଦୁଟି ଭାରି ଚେଷ୍ଟା କରେ

           ପାରେନା ତୁମକୁ ଛୁଇଁ ।


ସପନ ରାଇଜେ ବାଟସାରା ଫୁଲ

             ନଥାଏ ସେଥିରେ କଣ୍ଟା

ଭାଙ୍ଗିଦେଇ ସ୍ୱପ୍ନ କାଇଁ ଚାଲିଗଲ

             ମିଠା ଲାଗେ ଯନ୍ତ୍ରଣାଟା

             ମିଠା ଲାଗେ ଯନ୍ତ୍ରଣାଟା  ।

       


Rate this content
Log in

Similar oriya poem from Romance