Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr.Omm Prasad Pradhan

Abstract Romance Tragedy

4.4  

Dr.Omm Prasad Pradhan

Abstract Romance Tragedy

ଡିଜିଟାଲ ପ୍ରେମ

ଡିଜିଟାଲ ପ୍ରେମ

1 min
341


ମୁଁ ପ୍ରେମ ନିବେଦନ କରେ 

ମୁକ୍ତ ଆକାଶ ମନ୍ଦ ମଳୟ 

ବସନ୍ତ ଋତୁ ର ଅପରାହ୍ନରେ ।


ତୁମେ କୁହ ଚାଲ କଥା ହେବା 

ହ୍ଵାଟ୍ସଆପ୍ ଆଉ ଫୋନ କଲ୍ ରେ 

ବୁଲିଯିବା ଫ୍ଲିପ କାର୍ଟ ,ଜିଓ ମାର୍ଟ

ଅର୍ଡର କରିବା ବଜେଟ ଅଧୀନରେ ।


ମୁଁ କୁହେ ଦେଖା ହେବ ପାର୍କରେ 

ଖାଇବା ଦୁହେଁ ଗୁପ ଚୁପ ନିରୋଳାରେ 

ତୁମେ କୁହ ଅନ କର ହ୍ଵାଟ୍ସଆପ୍

ଦେଖା ହେବା ଭିଡ଼ିଓ କଲିଙ୍ଗ୍ ରେ ।


ମୁଁ କୁହେ କଫି ପିଇବା 

ଯିବା କୋଉ ରେଷ୍ଟୁରାଣ୍ଟ୍ 

କିଛି କଫି କିଛି କଥା 

ବସିବା କୋଉ କର୍ଣ୍ଣରରେ 

ତୁମେ କୁହ ବିଜି ଅଛି

ପିଇବା କେବେ ଛୁଟି ଦିନରେ ।


ତୁମକୁ ମୁଁ ଅପେକ୍ଷା କରେ 

ଦିନ ରାତି ମଧ୍ୟାହ୍ନ ସନ୍ଧ୍ୟାରେ 

ତୁମେ କେବେ ଆସ ନାହିଁ 

କୁହ ଦେଖା ହେବା କେବେ କେବେ 

ଅନ ଲାଇନ ଡେଟିଙ୍ଗ ସାଇଟରେ ।


ମୁଁ ତୁମକୁ ସମ୍ମାନ କରେ 

ଡିଉ ଟୁ ମାଇଁ ସଂସ୍କାର 

କେବେ କେବେ ଓମେନିଜିମ୍ ଭୟରେ 

ତୁମେ ନାରୀ ନେତ୍ରୀ ସୁନ୍ଦରୀ 

ଦେଖେ କେବଳ ଅବଲୋକ ନୟନରେ 

ଏଇ ଯନ୍ତ୍ର ଫୋନ ମାଧ୍ୟମରେ ।


ମୁଁ ତୁମକୁ ପ୍ରେମ କରେ ଡିଜିଟାଲି 

କେବେ କେବେ ସ୍ବପ୍ନରେ 

ବାସ୍ତବିକତା ଠାରୁ ଦୂରରେ 

ମୁଁ ଅବାସ୍ତବର ଗଳି କନ୍ଦିରେ

ଇତି ତୁମର ପ୍ରେମିକ 

ଅନଲାଇନ୍ ଅପେକ୍ଷାରେ ।



Rate this content
Log in

Similar oriya poem from Abstract