STORYMIRROR

Dr.Omm Prasad Pradhan

Abstract Classics Inspirational

4  

Dr.Omm Prasad Pradhan

Abstract Classics Inspirational

କରୁଣା

କରୁଣା

1 min
235

କରୁଣା 


ମୁଁ ଯେତେବେଳେ ମାଗିଲି 

ପାଣି ବୁନ୍ଦେ ,

ପୃଥିବୀ ଦେଖେଇଦେଲା ଆକାଶ 

ଆକାଶ କୁ କହିଲି 

ମୁଁ  ତୃଷାର୍ତ  

ସେ କହିଲା ଦେଖ ତଳକୁ 

 ଚାହିଁ ରହିଲି ପୃଥିବୀ କୁ 

ତୃଷ୍ଣା ପରିତୃପ୍ତି ପାଇଁ 

ମଝିରେ ଥିଲା କୁଣ୍ଡାଧାର ମେଘ 

ମୁଁ ତାକୁ ଜାଣେ ନାହିଁ

ଖାତିର କେବେ କରିନାହିଁ 

ପରିଚୟ ବହୁ ଦୂରରେ  

ସେ କହିଲା ଆଁ କର 

ମୁଁ ବଢ଼ିଦେଲି ଆଞ୍ଜୁଳା 

ସେ ଢାଳିଦେଲା ଅୟୁତ ଅୟୁତ ବୁନ୍ଦା 

ହାତ ପାପୁଲିରେ ,ଏଇ ତୃଷାର୍ତ ମୁହଁରେ 

ତୃପ୍ତି ପରେ ଚାହିଁ ରହିଲି ମେଘ କୁ 

ଆନୁଗତ୍ୟ ପଲକରେ 

ସେ କହିଲା ଏବେ ନିଜକୁ ଦେଖ 

ତୁ ମେଘ ମୟ ବିନ୍ଦୁ ମୟ 

ନିଜକୁ ଦେଖିଲି ଆଖିରେ ଆଖିଏ ଲୁହ 

କେଉଁ ନିର୍ଝରିଣୀ ପରି ପ୍ରବାହ ମୟ 

ମେଘ କହିଲା ଯା ଏବେ ତୁ ତୃପ୍ତ 

କେଉଁ ତୃଷାର୍ତ ଏବେ ତୋ ଅପେକ୍ଷାରେ 

ଏବେ ତୁ ବି କୁଣ୍ଡାଧା

ର 

ମେଘମୟ ,ଜଳମୟ, କରୁଣା ମୟ ।


Rate this content
Log in

Similar oriya poem from Abstract