Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr.Omm Prasad Pradhan

Abstract Action Inspirational

3  

Dr.Omm Prasad Pradhan

Abstract Action Inspirational

ବନ ମହୋତ୍ସବ

ବନ ମହୋତ୍ସବ

1 min
246


ମୁଁ ମଧ୍ୟ ଏକ ଉତ୍ସବ

ଅନ୍ୟ ଉତ୍ସବ ଭଳି

ଖୁସୀର ବାର୍ତ୍ତ ଦିଏ 

ସମାଜ ର ହିତ ପାଇଁ 

ମୋର ସୃଷ୍ଟି ହୁଏ 

ମୁଁ ବନ ମହୋତ୍ସବ ।


1950 ମସିହା ରେ ମୋର ଜନ୍ମ 

କେ. ଏମ୍ ମୁନସୀ ଦ୍ୱାରା 

ଜୁଲାଇ ପ୍ରଥମ ସପ୍ତାହ ରେ ।


ମୁଁ ଅନ୍ୟତମ ମୁଁ ଅଭିନ୍ନ ମୁଁ ଅତୁଳନୀୟ

କେବଳ ମାତ୍ର ଉତ୍ସବ ନୁହେଁ

କେବଳ ପଟ୍ଟଚିତ୍ର ଭିତରେ 

ସୀମିତ ନୁହେଁ ମୋର ଅସ୍ତିତ୍ୱ

କେବଳ ସମାଜ, କି ସାହିତ୍ୟ ନୁହେଁ 

ଯାହାର ପୃଷ୍ଠା ମଣ୍ଡନ ମୁଁ କରେ ।


ମୁଁ ଜୀବନ ଦାୟିନୀ ଏକ ଉତ୍ସବ 

ପ୍ରାଣ ରକ୍ଷା କାରି ଏକ ମାଧ୍ୟମ 

ପ୍ରାଣ ବାୟୁର ଜନନୀ 

ଅଜସ୍ର ବିଷ ଭକ୍ଷଣ କରୁଥିବା 

ଜଣେ ଜଡ଼ ,ଚେତନ ପୁରୁଷ ।


ନିଜକୁ ବଞ୍ଚାଇବା ପାଇଁ 

ଏକ ପ୍ରହସନ ମାତ୍ର 

ମୋର ମନେ ହୁଏ ।

କୃତଘ୍ନ ଲୋକ ଲୋଚନ ରେ

ନିଜର ଶ୍ରେଷ୍ଠତ୍ୱ ପ୍ରମାଣିତ କରିବା 

ହାସ୍ୟାସ୍ପଦ ମନେ ହୁଏ ,ନୁହେଁ କି ?


ମୋର ହ୍ରାସତ୍ୱରେ,

ହ୍ରାସ ହୁଏ ମଣିଷ ର ଆୟୁଷ 

ବସୁମତୀ ହୁଏ ବନ୍ଧ୍ୟା 

ନିମିଷକେ ମନୁଷ୍ୟ ହେଇଯାଏ 

ନିର୍ଜୀବ ମାଂସ ପିଣ୍ଡୁଳା ।


ତଥାପି ମଣିଷ କୃତଘ୍ନ 

ମୁର୍ଖତା ର ଶେଷ ସୀମାରେ 

ନିଜେ ହିଁ ନିମନ୍ତ୍ରଣ କରେ 

ବିନାଶ ର ବିଭୀଷିକାକୁ ।


ଉତ୍ସବ ମାତ୍ର ପାଳନରେ

ପ୍ରାୟଶ୍ଚିତ ର ପ୍ରାପ୍ତି ନୁହେଁ 

ରଙ୍ଗମଞ୍ଚ ର ଭାଷଣ ରେ 

ପୁଣ୍ୟତ୍ୱ ର ପ୍ରାପ୍ତି ନୁହେଁ 

ମୋତେ ସୃଷ୍ଟି କର 

ମହୋତ୍ସବକୁ ମହାପୁଣ୍ୟରେ 

ପରିବର୍ତ୍ତନ କର

ସଂକଳ୍ପ କରି

ମୁଁ ତୁମର ରକ୍ଷା କରିବି 

ତୁମେ ମୋର ସୁରକ୍ଷା କର

ବନ ମହୋତ୍ସବକୁ ସଫଳ କର ।


Rate this content
Log in

Similar oriya poem from Abstract