STORYMIRROR

Dr.Omm Prasad Pradhan

Tragedy

3  

Dr.Omm Prasad Pradhan

Tragedy

ଜନ୍ମ ଦିନ

ଜନ୍ମ ଦିନ

1 min
203


ନକ୍ଷତ୍ର ଭିତରେ ନିଜତ୍ୱର ସନ୍ଧାନ 

ସମୀପ ଆକାରରେ ଥାଇ ମଧ୍ୟ 

ଅନାବୃତ ଚିହ୍ନ ଭେଦରେ ମୁଁ ...

ଆତ୍ମ ସନ୍ଧାନରେ ଆତ୍ମ ଅନ୍ୱେଷଣ


ଅଶରୀରରୁ ଶରୀର ପ୍ରାପ୍ତି 

ଶରୀର ଜନ୍ମ ନେବାର ଉତ୍ସବ ମାତ୍ର 

ମୁଁ ଶିବାଂଶ ମୋକ୍ଷ ବିଚ୍ୟୁତ 

ଏକ ଜୀବନ୍ତ ଉଲକା ।


କର୍ମମୟ ଏ ପୃଥିବୀ 

କାଳର କବଳରେ ବୟସ 

ଏକ ନୂତନ ବୟସ ଯୋଗ ହୁଏ 

ଫେଡ଼ି ହେଇଯାଏ ଆୟୁଷ ।


ଆମେ ଖୁସି ହେଉ 

ବୟସର ଅଙ୍କ କଷି ।

ଯୋଗ ବିଯୋଗର ଗଣିତରେ 

ମୃତ୍ୟୁକୁ ଭୟ କରି  

ମୋକ୍ଷକୁ ବିଜ୍ଞାନ ପ୍ରମାଣ ପର୍ଯ୍ୟନ୍ତ 

ଆମେ କଷିଚାଲୁ ଜୀବନର ମାନସାଙ୍କ।





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy